ETV Bharat / city

ଓଡିଶା ଗସ୍ତରେ NGT ଅଧ୍ୟକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଫଳତାକୁ ପ୍ରଶଂସା

author img

By

Published : Dec 28, 2021, 8:51 AM IST

ଓଡିଶା ଗସ୍ତରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍(NGT) ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ । ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ NGT ଅଧ୍ୟକ୍ଷ ଓ ରାଜ୍ୟ ସରରକାରଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

Center praises the success of the State Pollution Control Board
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଫଳତାକୁ କେନ୍ଦ୍ରର ପ୍ରଶଂସା

ଭୁବନେଶ୍ବର: ଓଡିଶା ଗସ୍ତରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍(NGT) ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ । ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ NGT ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଛି ।

ଏହି ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କ ସହିତ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏହି ଆଲୋଚନାରେ ଉପସ୍ଥିତ ଥିଲେ । ରାଜ୍ୟରେ ପ୍ରଦୂଷଣ ପରିସ୍ଥିତି ଓ ବିଭିନ୍ନ ଉତ୍ସରୁ ଉତ୍ପନ୍ନ ପ୍ରଦୂଷଣର ପ୍ରଭାବକୁ ନିୟନ୍ତ୍ରଣ ଏବଂ ହ୍ରାସ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ତଥ୍ୟ ରଖାଯାଇଥିଲା । ଏଥିସହ ସହରାଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ନିଆଯାଇଥିବା ପଦକ୍ଷେପ ବାବଦରେ ମଧ୍ୟ ବିବରଣୀ ରଖାଯାଇଥିଲା ।

ବୈଠକରେ ପ୍ରଦୂଷଣ ପରିଚାଳନାରେ ସଫଳତା ପାଇଁ ରାଜ୍ୟକୁ NGT ଅଧ୍ୟକ୍ଷ ପ୍ରଶଂସା କରିବା ସହ ଶିଳ୍ପ ସମୃଦ୍ଧି ଏବଂ ସହରୀ ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟ ସେ ଓଡ଼ିଶାର ପ୍ରଦର୍ଶନକୁ ସ୍ବାଗତ କରିଛନ୍ତି । ଏବଂ ଆଗକୁ ଏହି ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.