ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ। ଏନେଇ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
![କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ](https://etvbharatimages.akamaized.net/etvbharat/prod-images/od-bbs-3-lettertoeducationminister-avo-7205239_15092020180432_1509f_1600173272_837.jpg)
![କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ](https://etvbharatimages.akamaized.net/etvbharat/prod-images/od-bbs-3-lettertoeducationminister-avo-7205239_15092020180432_1509f_1600173272_790.jpg)
ଧର୍ମେନ୍ଦ୍ର କହିଛନ୍ତି, ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି । ହେଲେ ଓଡିଶା ସରକାର ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଆଣି ପ୍ରଶାସକଙ୍କୁ ଅଧିକ କ୍ଷମତା ଦେଇଛନ୍ତି । ଯାହାକୁ ସବୁଆଡେ ବିରୋଧ କରାଯାଉଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ