ETV Bharat / city

ଭୁବନେଶ୍ବରରେ ଗଡିବ 50 ବିଦ୍ୟୁତ ଚାଳିତ ବସ

author img

By

Published : Sep 4, 2019, 10:35 PM IST

ଖୁବଶୀଘ୍ର ରାଜଧାନୀରେ ଚାଲିବ ବିଦ୍ୟୁତ ଚାଳିତ ବସ । ପ୍ରଥମ ପର୍ଯ୍ୟାୟରେ 50ଟି ବସ ଚାଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳିବ ସେବା ସପ୍ତାହ । ସେପ୍ଟେମ୍ବର ୧୪ ରୁ ୨୦ ଯାଏଁ ୭ ଦିନ ଧରି ସେବା ସପ୍ତାହ ପାଳନ କରିବ ବିଜେପି । ଏହି ସପ୍ତାହ ଅବସରରେ ଦୁଇଟି ପ୍ରମୁଖ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।

ଭୁବନେଶ୍ବରରେ ଗଡିବ 50 ବିଦ୍ୟୁତ ଚାଳିତ ବସ

ଦେଶର ବିଭିନ୍ନ ସହରରେ ଚାଲିବ 64ଟି ବିଦ୍ୟୁତ ଚାଳିତ ବସ । ସେଥିମଧ୍ୟରୁ ଖୁବଶୀଘ୍ର ରାଜଧାନୀ ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ 50ଟି ବସ ଚାଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।ସେହିପରି ଦିବ୍ୟାଙ୍ଗଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ଏନଜିଓ। ଅତି କମରେ ୧୦ ଜଣ ଦିବ୍ୟାଙ୍ଗଙ୍କୁ ପୋଷ୍ୟ କରିବେ। ସେମାନଙ୍କ ଶିକ୍ଷା ଠୁ ନେଇ ଭରଣ ପୋଷଣ କରିବେ ଏହି ଏନଜିଓ । ସେବା, ସମର୍ପଣ ମନୋବୃତି ଏହାର ଲକ୍ଷ୍ୟ ହେବ । ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ଅବସରରେ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କହିଥିଲେ। ଦୋକାନ ଠାରୁ ଆରମ୍ଭକରି ବଡ ବଡ ମଲ ଓ ଅନୁଷ୍ଠାନ ସହ ଜନସାଧାରଣଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେବା ସମିତି ରାଜ୍ୟ ସଂଯୋଜକ ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏବଂ ସହ ସଂଯୋଜକ ଭାବେ ମହେଶ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି । ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବିତରଣ କରାଯିବ। ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ। ମେଡିକାଲ କ୍ୟାମ୍ପ ସହ ବୃକ୍ଷରୋପଣ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

Intro:ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳିବ ସେବା ସପ୍ତାହ।ସାରା ଦେଶରେ ସେପ୍ଟେମ୍ବର ୧୪ ଠାରୁ ୨୦ ଯାଏଁ ୭ ଦିନ ଧରି ପାଳନ ହେବ ।Body:ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳିବ ସେବା ସପ୍ତାହ।ସେପ୍ଟେମ୍ବର ୧୪ ରୁ ୨୦ ଯାଏଁ ୭ ଦିନ ଧରି ପାଳନ ହେବ।ଏହି ସପ୍ତାହ ଅବସରରେ ଦୁଇଟି ପ୍ରମୁଖ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।ଦିବ୍ୟାଙ୍ଗଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ଏନଜିଓ।ଅତି କମରେ ୧୦ ଜଣ ଦିବ୍ୟାଙ୍ଗଙ୍କୁ ପୋଷ୍ୟ କରିବେ।ସେମାନଙ୍କ ଶିକ୍ଷା ଠୁ ନେଇ ଭରଣ ପୋଷଣ କରିବେ ଏହି ଏନଜିଓ ।ସେବା, ସମର୍ପଣ ମନୋବୃତି ଏହାର ଲକ୍ଷ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ଅବସରରେ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କହିଥିଲେ। ଦୋକାନ ଠାରୁ ଆରମ୍ଭକରି ବଡ ବଡ ମଲ ଓ ଅନୁଷ୍ଠାନ ସହ ଜନସାଧାରଣଙ୍କୁ ଅପିଲ ।ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ପାଇଁ ସମସ୍ତଙ୍କୁ ଅନୁରୋଧ।

ସେବା ସମିତି ରାଜ୍ୟ ସଂଯୋଜକ ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଏବଂ ସହ ସଂଯୋଜକ ଭାବେ ମହେଶ ମହାନ୍ତିଙ୍କୁ ଦାଇତ୍ୱ ଦିଆଯାଇଛି।।ପ୍ରତ୍ୟକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବ।ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର,ସ୍ୱାସ୍ଥ୍ୟ ପରୀକ୍ଷା,ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବିତରଣ କରାଯିବ।ହସ୍ପିଟାଲ,ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନକରେ ଫଳ ବିତରଣ କରାଯିବ।ମେଡିକାଲ କ୍ୟାମ୍ପ ସହ ବୃକ୍ଷରୋପଣ କରାଯିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.