ETV Bharat / city

ଷ୍ଟେସନରୁ ନିଖୋଜ ଛାତ୍ରୀଙ୍କ ଲୋକେସନ ଟ୍ରାକ୍, ସାମ୍ନାକୁ ଆସିଲା CCTV ଫୁଟେଜ

ରାଜଧାନୀର ଷ୍ଟେସନରୁ ବେଙ୍ଗଲୀ ଝିଅ ସ୍ବିଟି ରଏ ନିଖୋଜ ମାମଲା । ସାମ୍ନାକୁ ଆସିଲା ନିଖୋଜ ପୂର୍ବରୁ ଷ୍ଟେସନର ସିସିଟିଭି ଫୁଟେଜ । ଅଧିକ ପଢନ୍ତୁ

author img

By

Published : Jun 24, 2022, 3:54 PM IST

ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ, ସାମ୍ନାକୁ ଆସିଲା ସିସିଟିଭ ଫୁଟେଜ

ଭୁବନେଶ୍ବର: ରାଜଧାନୀର ଷ୍ଟେସନରୁ ବେଙ୍ଗଲୀ ଝିଅ ସ୍ବିଟି ରଏ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସାମ୍ନାକୁ ଆସିଲା ନିଖୋଜ ପୂର୍ବରୁ ଷ୍ଟେସନର ସିସିଟିଭି ଫୁଟେଜ । ଏହାସହ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ପାଖରେ ଲୋକେସନ ଟ୍ରାକ ହୋଇଥିବା ସୁରାକ ପାଇଛି ପୋଲିସ । ଏନେଇ ଲୋକାଲ ପୋଲିସ ଜରିଆରେ ଛାତ୍ରୀଙ୍କୁ ଟ୍ରାକ ପାଇ ଯୋଜନା ଚଳାଇଛି ପୋଲିସ।

ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

ଅନ୍ୟପଟେ ସାମ୍ନାକୁ ଆସିଛି ଛାତ୍ରୀଙ୍କର ସିସିଟିଭି ଫୁଟେଜ । ଯେଉଁଥିରେ ୬ ନମ୍ବର ପ୍ଲାଟ ଫର୍ମରେ ଛାତ୍ରୀ ଜଣକ ପ୍ରବେଶ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାସହ ୧ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକଙ୍କ ହାତକୁ ଧରି ନିଜେ ଟାଣି ଟାଣି ନେଉଥିବା ଦେଖାଯାଇଛି । ତେବେ ପରିବାର ଲୋକେ ଗୁରୁବାର ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇଯାଇଥିବା ଜିଆରପି ଥାନାରେ ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ନିଖୋଜ ବେଙ୍ଗଲୀ ଝିଅ, ଥାନାରେ ଅଭିଯୋଗ କଲେ ଯବାନ ପିତା

ଯାହାକୁ ନେଇ ଜିଆରପି ପୋଲିସ କେସ ନମ୍ବର ୦୦୬ରେ ମାମଲା ଦାୟରକରି ତଦନ୍ତ ଚଳାଇଛି‌ । ସ୍ବିଟିଙ୍କ ବାପା ଜଣେ ବିଏସଏଫ ଯବାନ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.