ETV Bharat / city

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ପ୍ରାୟ ୧,୨୬.୨୮୯ କୋଟି: ମୁଖ୍ୟ ଶାସନ ସଚିବ - ସୁରେଶ ଚନ୍ଦ୍ର ମହାପାତ୍ର ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ ବୈଠକ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି କ୍ୟାବିନେଟ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସି.ସି.ଆଇ.ପି.ଏମ୍.ଜି) ବୈଠକ । ଅଧିକ ପଢନ୍ତୁ

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ପ୍ରାୟ ୧,୨୬, ୨୮୯ କୋଟି: ସୁରେଶ ଚନ୍ଦ୍ର ମହାପାତ୍ର

author img

By

Published : Jun 2, 2022, 8:23 AM IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି କ୍ୟାବିନେଟ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସି.ସି.ଆଇ.ପି.ଏମ୍.ଜି) ବୈଠକ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ଉନ୍ନୟନ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବୈଠକରୁ ଏହି ସୂଚନା ମିଳିଛି ।

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ପ୍ରାୟ ୧,୨୬, ୨୮୯ କୋଟି: ସୁରେଶ ଚନ୍ଦ୍ର ମହାପାତ୍ର
ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ପ୍ରାୟ ୧,୨୬, ୨୮୯ କୋଟି: ସୁରେଶ ଚନ୍ଦ୍ର ମହାପାତ୍ର

ଲୋକସେବା ଭବନରୁ ଭିସିରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ଶିଳ୍ପ ଓ ଆନ୍ତଃ-ବାଣିଜ୍ୟ ବିକାଶ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅମ୍ରିତ ଲାଲ ମୀନା, ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ପାଣ୍ଡେଙ୍କ ସମେତ କେନ୍ଦ୍ରୀୟ ପ୍ରକଳ୍ପ ତଦାରଖ କମିଟିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ଆଶୁ ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବ ସମାଧାନ ପନ୍ଥା ନିର୍ଣ୍ଣୟ କରିଛନ୍ତି । ଏହିସବୁ ସମାଧାନ ସହ ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟାନ୍ଵୟନ ପାଇଁ ମଧ୍ୟ ସେ ସମୟ ସାରଣୀ ନିର୍ଦ୍ଧାରଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟସାରଣୀକୁ ସମୟାନୁବନ୍ଧିତ ଭାବେ କ୍ଷେତ୍ରାନ୍ଵୟନ କରିବାକୁ ସେ ସଂପୃକ୍ତ ସଂସ୍ଥା, ସରକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରୀୟ ସ୍ଵତନ୍ତ୍ର ଶାସନ ସଚିବ ଅମ୍ରିତ ଲାଲ ପ୍ରକଳ୍ପ ଗୁଡ଼ିକର ତ୍ଵରାନ୍ଵିତ କାର୍ଯ୍ୟାନ୍ଵୟନ ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସମୟୋଚିତ ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସି.ସି.ଆଇ. ପ୍ରକଳ୍ପ ତଦାରଖ ଗ୍ରୁପ୍ ପୋର୍ଟାଲରେ ଥିବା ଓଡ଼ିଶାର ୧୬୫ ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପ ମଧ୍ୟରୁ ପ୍ରାୟ ଶତକଡ଼ା ୮୦ ଭାଗ ପ୍ରକଳ୍ପ ବିଶେଷ ଅଗ୍ରଗତି କରିଛି । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଏହିସବୁ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ହୋଇପାରିଛି । ଅବଶିଷ୍ଟ ଶତକଡ଼ା ୨୦ ଭାଗ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପନ୍ଥା ମଧ୍ୟ ତ୍ବରାନ୍ବିତ ଭାବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ବାରା ନିର୍ଣ୍ଣୟ କରାଯାଇଛି । ଏପରି ସକ୍ରିୟ ସହଭାଗିତା ପାଇଁ ଅମ୍ରିତ ଲାଲ ମିନା ରାଜ୍ୟ ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବୈଠକରେ ୩୩ ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଛି । ଏ ସବୁ ଦ୍ବାରା ରେଳବାଇ, ଜାତୀୟ ରାଜପଥ, ତୈଳ ଓ ଗ୍ୟାସ୍‌, ଖଣି, ସିମେଣ୍ଟ ଉତ୍ପାଦନ ଓ ଟେଲି ଯୋଗାଯୋଗ ଆଦି କ୍ଷେତ୍ରରେ ପ୍ରାୟ ୧, ୨୬, ୨୮୯ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପ ଉନ୍ନୟନ ସଂସ୍ଥାମାନଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ସମୁଦାୟ ୮୨ଟି ସମସ୍ୟାର ସମାଧାନ ପନ୍ଥା ନିଶ୍ଚୟ କରାଯାଇଛି ।

ରେଳବାଇ କ୍ଷେତ୍ରରେ ବାଂଶପାଣି-ଜଖପୁରା ରେଳ ଲାଇନ୍ ଦୋହରିକରଣ, ରାଉରକେଲା-ଝାରସୁଗୁଡ଼ା ରେଳ ଟ୍ରାକ୍‌ର ୩ୟ ଲାଇନ, ଭଦ୍ରକ-ନେରଗୁଣ୍ଡି ଟ୍ରାକର ୩ୟ ଲାଇନ, ହାତିଆ-ବଣ୍ଡମୁଣ୍ଡା ରେଳ ଲାଇନର ଦୋହରୀକରଣ, ବୁଢ଼ାପଙ୍କ-ଶାଳଗାଁ ରେଳ ଟ୍ରାକର ୩ୟ ଏବଂ ୪ର୍ଥ ଲାଇନ, ବିଜୟ ନଗରମ-ଟିଟିଲାଗଡ଼ ଟ୍ରାକର ୩ୟ ଲାଇନ, ସମ୍ବଲପୁର-ତାଳଚେର ଲାଇନର ଦୋହରିକରଣ, ଖୋର୍ଦ୍ଧା-ବଲାଙ୍ଗୀର ବ୍ରୋଡ ଗଡ ଲାଇନ, ତାଳଚେର-ବିମଲାଗଡ଼ ନୂଆ ଲାଇନ, ଅନୁଗୋଳ-ସୁକିନ୍ଦା ନୂଆ ରେଳ ଲାଇନ, ଜାରପଡା-ବୁଢ଼ାପଙ୍କ ଲାଇନ ପାଇଁ ତାଳଚେର ଠାରେ ଫ୍ଲାଏ ଓଭର, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ, ଝାରସୁଗୁଡ଼ା-ବିଳାଶପୁର ରେଳ ଟ୍ରାକ୍‌ର ୪ର୍ଥ ଲାଇନ ଏବଂ ସମ୍ବଲପୁର-ଟିଟିଲାଗଡ଼ ରେଳ ଟ୍ରାକର ଦୋହରୀକରଣ ଆଦି ପ୍ରକଳ୍ପର ବାବଦରେ ସମୀକ୍ଷା ହୋଇଛି ।

ସେହିପରି ପାରାଦ୍ବୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍ ଲାଇନ୍,ଏମସିଏଲର ୩ଟି କୋଇଲା ଖଣି ପ୍ରକଳ୍ପ, ନାଲ୍‌କୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୭ଟି ରାଜପଥ ଉନ୍ନୟନ ପ୍ରକଳ୍ପ, ନାଲ୍‌କୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ, ପଟ୍ଟାଙ୍ଗି ବକ୍‌ସାଇଟ୍‌ ଖଣି ବିକାଶ, କୋଡାମେଟ୍ଟା ଚୁନପଥର ବ୍ଲକ, ଡ଼ାଲ୍ମିଆ ସିମେଣ୍ଟ୍, ଆନନ୍ଦପୁର ସମନ୍ବିତ ବ୍ୟାରେଜ ଏବଂ ଭାରତ ନେଟ ଆଦି ପ୍ରକଳ୍ପର ଅଗ୍ରଗତି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯାଇ ତ୍ବରିତ କାର୍ଯ୍ୟାନ୍ଵୟନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୂରଣ ଆବଣ୍ଟନ, ସତ୍ତ୍ଵାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ,ବିଦ୍ୟୁତ୍ ଏବଂ ଫୋନ୍ ସଂଚାର ଲଇନ୍‌ର ସ୍ଥାନାନ୍ତରୀକରଣ, ପରିବେଶ ଅନୁମତି, ଜମି ହସ୍ତାନ୍ତରକରଣ ଆଦି ପ୍ରାୟ ୮୨ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଛି ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧାସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଛନ୍ତି । ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମ୍ବନ୍ଧୀୟ ସଦ୍ୟତନ ସ୍ଥିତି ପୋର୍ଟାଲ୍‌ରେ ନିୟମିତ ଅପ୍‌ଲୋଡ୍ କରିବା ନିମନ୍ତେ ସଂପୃକ୍ତ କାର୍ଯ୍ୟାନ୍ଵୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.