ETV Bharat / city

ସିବିଏସଇ ପରୀକ୍ଷା ବିଭ୍ରାଟ: ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଅଭିଭାବକ ମହାସଂଘ

author img

By

Published : Mar 25, 2019, 5:54 PM IST

ସିବିଏସଇ ମ୍ୟାଟ୍ରିକ ପରୀକ୍ଷା ବିଭ୍ରାଟ । ପରୀକ୍ଷାରେ ଅସୁବିଧା ଯୋଗୁଁ ଛାତ୍ରଛାତ୍ରୀ ହନ୍ତସନ୍ତ । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଓଡିଶା ଅଭିଭାବକ ମହାସଂଘ।

ଭୁବନେଶ୍ୱର: ଚଳିତବର୍ଷ ସିବିଏସଇ ପକ୍ଷରୁ ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କେତେଗୁଡିଏ ବିଷୟରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ହିନ୍ଦୀ, ବିଜ୍ଞାନ ଓ ଗଣିତ ବିଷୟରେ ଦେଖାଦେଇଥିବା ଏହି ବିଭ୍ରାଟ ଛାତ୍ରଛାତ୍ରୀଙ୍କୁ ଦ୍ଵନ୍ଦରେ ପକାଇଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱ

ଏନେଇ ସଂଘପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଯେଉଁଥିରେ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ NCERT ପାଠ୍ୟ ପୁସ୍ତକ ପ୍ରଚଳନ ନେଇ ମାନ୍ୟବର ମାଡ୍ରାସ ହାଇକୋର୍ଟ 2018ରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଆଲୋଚନା ହୋଇଥିଲା । ଏହାସହ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୌଣସି ହୋମ ୱାର୍କ ନ ଦେବାକୁ କୁହାଯାଇଛି । ତେବେ CBSE କର୍ତ୍ତୃପକ୍ଷ ଏହାକୁ ବେଖାତିର କରି ଅଭିଭାବକଙ୍କୁ ଘରୋଇ ପ୍ରକାଶନ ପୁସ୍ତକ କିଣିବାକୁ ବାଧ୍ୟ କରୁଛନ୍ତି । ଏପରିକି ଏହା ନ କଲେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରୋଶ ମୂଳକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ମହାସଂଘର ଅଧ୍ୟକ୍ଷବାସୁଦେବ ଭଟ୍ଟ ।

ଏ ବିଷୟରେ ସେମାନେ CBSE ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଆଗାମୀ 7 ଦିନ ଭିତରେ ଯଦି କର୍ତ୍ତୃପକ୍ଷକୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ସୋମବାର ମହାସଂଘପକ୍ଷରୁ ବିଭାଗୀୟ କାର୍ଯ୍ୟାଳୟରେ ତାଲା ପକାଇ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.