ETV Bharat / city

Child pornography: ଅଭିଯୁକ୍ତକୁ ୩ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେଲା CBI

author img

By

Published : Nov 17, 2021, 7:27 PM IST

Updated : Nov 17, 2021, 9:23 PM IST

ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ଓରଫ ମିଥୁନ ନାୟକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡର ନେଲା CBI । ଅଭିଯୁକ୍ତକୁ ୩ ଦିନ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି CBI ସ୍ବତନ୍ତ୍ର କୋର୍ଟ । ଅଧିକ ପଢ଼ନ୍ତୁ

CBI to take three days transit remand to accused of child pornography
child pornography: ଅଭିଯୁକ୍ତକୁ ୩ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବ CBI

ଢେଙ୍କାନାଳ/ଭୁବନେଶ୍ବର: ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ଓରଫ ମିଥୁନ ନାୟକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡର ନେଲା CBI । ଅଭିଯୁକ୍ତକୁ ୩ ଦିନ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି CBI ସ୍ବତନ୍ତ୍ର କୋର୍ଟ । ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ନେଇ ମିଥୁନ ନାୟକଙ୍କୁ ଢେଙ୍କାନାଳରୁ ଗିରଫ କରାଯାଇଥିଲା । ଏହାପରେ ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର CBI କୋର୍ଟରେ ଆବେଦନ ହୋଇଥିଲା । ତେବେ କେବଳ ୩ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି ।

ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଗତକାଲି(ମଙ୍ଗଳବାର) CBIର ଏକ ୫ ଜଣିଆ ଟିମ୍‌ ଢେଙ୍କାନାଳର ଜୁବୁଲି ଟାଉନ କଲୋନୀ ସାହିର ମିଥୁନ ଓରଫ ସୁରେନ୍ଦ୍ର ନାୟକଙ୍କ ଘରେ ଚଢ଼ାଉ କରିଥିଲା । ତେବେ ଏହାକୁ ନେଇ ସୁରେନ୍ଦ୍ରଙ୍କ କଲୋନୀ ସାହି ବାସିନ୍ଦା CBI ଟିମ୍‌ ଉପରେ ଠେଙ୍ଗାବାଡ଼ି ଧରି ଆକ୍ରମଣ କରିଥିଲେ । ଏହାଫଳରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି CBI ଟିମ୍‌କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ଜେରା ବେଳେ ସୁରେନ୍ଦ୍ର ଦେଶୀ ଏମଏମଏସ ନାମକ ଏକ ପର୍ଣ୍ଣୋଗ୍ରାଫି ସାଇଟରେ ଗ୍ରୁପ କରିଥିବା ଜାଣିବାକୁ ମିଳିଛି । ଏହାସହ ଏହି ସାଇଟରୁ ତାଙ୍କ ପାଖକୁ ୨୧ ଡଲାର ବିଦେଶୀ ଟଙ୍କା ଆକାଉଣ୍ଟକୁ ଆସିଥିବା ସ୍ୱୀକାର କରିଛି ।

CBI ସୁରେନ୍ଦ୍ରର ମୋବାଇଲ ଓ ବ୍ୟାଙ୍କ ପାସ୍‌ବୁକ ଆଦି ଜବତ କରିଛି । ପରେ ଶିଶୁ ଯୌନ ଶୋଷଣ ମାମଲାର ଅଧିକ ତଦନ୍ତ ପାଇଁ CBI ପକ୍ଷରୁ ୭ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା । ସେପଟେ ଗତକାଲି CBI ଉପରେ ଆକ୍ରମଣ ଘଟଣାରେ ଟାଉନ ଥାନାରେ କୌଣସି ଅଭିଯୋଗ ହୋଇନି । ଏହାସତ୍ତ୍ବେ କଲୋନୀ ବାସିନ୍ଦାଙ୍କ ମନରେ ଏହାକୁ ନେଇ ଭୟ ରହିଥିବା ଦେଖିବାକୁ ମିଳିଛି । ଫଳରେ ବସ୍ତିରେ କେହି ଘରୁ ବାହାରକୁ ବାହାରି ନଥୁବା ଅଞ୍ଚଳ ଏକ ପ୍ରକାର ଶୁନ୍‌ଶାନ୍‌ ହୋଇ ପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ଓ ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 17, 2021, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.