ଭୁବନେଶ୍ବର: ରେଳବାଇ କର୍ମଚାରୀଙ୍କ ଅଫିସ ଓ ଘରେ ସିବିଆଇ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି । ବର୍ତ୍ତମାନ ମଧ୍ୟ ଚଢାଉ ଜାରି ରହିଛି ।
ରାଜଧାନୀ ଭୁବନେଶ୍ବରରେ ରେଳବାଇର ସିନିୟର ଟ୍ରାଫିକ ଅଫିସର ରବି ନାରାୟଣ ରଥଙ୍କ ଘରେ ସବିଆଇର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି । ଭୁବନେଶ୍ବର ଅଫିସ ଓ କୋଳଥିଆରେ ଥିବା ଘରେ ଚଢାଉ କରିଛି ସିବିଆଇ । ରବି ନାରାୟଣ ରଥ ସିନିୟର ଟ୍ରାଫିକ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ