ETV Bharat / city

ଆଉ ୨୮ ଲକ୍ଷର ଲକର ସିଜ, କୌଶିକ ପରେ ଏବେ କାହା ପାଳି ?

author img

By

Published : Jun 18, 2020, 10:59 PM IST

ପିଏନବି ୩୨ କୋଟି ଠକେଇ ମାମଲାରେ ସିବିଆଇ ସିଜ କରିଛି ୨୮ ଲକ୍ଷର ଲକର । ଠକେଇର ତନାଘନା ବେଳେ ଠକେଇ କରିଥିବା ସଂସ୍ଥା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ତତ୍କାଳିନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କର ଚନ୍ଦ୍ରଶେଖକପୁର ସ୍ଥିତ ପିଏନବି ବ୍ରାଂଚରେ ଥିବା ଲକରରୁ ୨୮ଲକ୍ଷ ୧୦ ହଜାର ୪୮୦ଟଙ୍କା ସିଜ କରିଛି ସିବିଆଇ ।

ଆଉ ୨୮ ଲକ୍ଷର ଲକର ସିଜ, କୌଷିକ ପରେ ଏବେ କାହା ପାଳି ?

ଭୁବନେଶ୍ବର: ପୁଣି ସିବିଆଇ ହାତରେ ୨୮ ଲକ୍ଷ । ପିଏନବି ୩୨ କୋଟି ଠକେଇ ମାମଲାରେ ସିବିଆଇ ସିଜ କରିଛି ୨୮ ଲକ୍ଷର ଲକର । ଠକେଇର ତନାଘନା ବେଳେ ଠକେଇ କରିଥିବା ସଂସ୍ଥା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ତତ୍କାଳିନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କର ଚନ୍ଦ୍ରଶେଖକପୁର ସ୍ଥିତ ପିଏନବି ବ୍ରାଂଚରେ ଥିବା ଲକରରୁ ୨୮ଲକ୍ଷ ୧୦ ହଜାର ୪୮୦ଟଙ୍କା ସିଜ କରିଛି ସିବିଆଇ ।

ତେବେ ପୁର୍ବରୁ ୧୬ଜୁନରେ ପଟିଆ ସ୍ଥିତ ୟୁନିୟନ ବ୍ୟାଙ୍କରେ କୌଶିକ ମହାନ୍ତିଙ୍କ ଆକାଉଣ୍ଟରେ ଥିବା ଲକରୁ ୩୭ଲକ୍ଷ ୯୦ ହଜାର ୫୦୦ ସିଜ କରିଥିଲା ସିବିଆଇ । ସିବିଆଇର ଏପରି ତନାଘନା ପରେ ଏବେ କୌଶିକ ମହାନ୍ତିଙ୍କ ପରେ କାହା ପାଳି ତାକୁ ନେଇ ଏବେ ଚର୍ଚ୍ଚାରେ । କାରଣ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଷ୍ଟେସନ ସ୍କୋୟାର ବ୍ରାଂଚରୁ ୩୨ କୋଟି ଟଙ୍କା ଠକେଇ ସାମ୍ନାକୁ ଆସିଥିଲା । ଷ୍ଟେସନ ସ୍କୋୟାର ଶାଖାର ମ୍ୟାନେଜର ଗଣପତ ଲାଲ ସିବିଆଇ ପାଖରେ ଏନେଇ ଅଭିଯୋଗ କରିଥିଲେ l ତେବେ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଅନୁମତି କ୍ରମେ ସିବିଆଇ ଓଡ଼ିଶା, କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ କରିଥିଲା l

ଏଥିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜେରା କରିଥିଲା । ତେବେ ପିଏନବି ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ ସିଏସ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ଏମଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଓ ନିର୍ଦ୍ଦେଶକ ବିଧୁଭୁଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସିବିଆଇ l ଏନେଇ ଗୋଟିଏ ପରେ ଗୋଟିଏଅଧିକାରିଙ୍କୁ ସିବିଆଇ ଜେରା କରୁଥିବାବେଳେ ସେମାନଙ୍କ ଆକାଉଣ୍ଟ ଓ ବିଭିନ୍ନ ଅର୍ଥନୈତିକ ସୋର୍ସ ଉପରେ ମଧ୍ୟ ତଦନ୍ତ ଚଳାଇଛି । ତେବେ କୌଶିକଙ୍କ ପରେ ଏବେ କାହା ଆକାଉଣ୍ଟରୁ କେତେ ମିଳିବ କିଏ କିଏ ଟଙ୍କା ଆତ୍ମସାତ କରିଛନ୍ତି ତା'ର ଖୁଲାସା ହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.