ETV Bharat / city

ସିବିସିଏସ କୋର୍ସ ମାଧ୍ୟମରେ ହୋଇଥିବା ପରୀକ୍ଷାର ଆସିଲା ରେଜଲ୍ଟ - Bhubaneswar

ପ୍ରଥମ ଥର ପାଇଁ ସିବିସିଏସ କୋର୍ସ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଲା । 2016 ମସିହାରେ ଏହି କୋର୍ସ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 9:21 PM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ସିବିସିଏସ କୋର୍ସ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଲା । 2016 ମସିହାରେ ଏହି କୋର୍ସ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 330 ଟି କଲେଜର ଫଳ ପ୍ରକାଶ କଲେ ପିଜି କାଉନସିଲ ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ ।

କଳାରେ ପରୀକ୍ଷା ଦେଇଥିଲେ 22 ହଜାର 718 ସେଥିମଧ୍ୟରୁ ପାସ କରିଛନ୍ତି 16 ହଜାର 028, ପାସ ପ୍ରତିଶତ ରହିଛି 71 ପ୍ରତିଶତ । ବାଣିଜ୍ୟରେ 3 ହଜାର 177 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପାସ କରିଛନ୍ତି 2 ହଜାର 641, ପାସ ପ୍ରତିଶତ ରହିଛି 83 ପ୍ରତିଶତ । O ଗ୍ରେଡ ବା 90 ପ୍ରତିଶତ ରୁ ଅଧିକ ମାର୍କ କେହି ଛାତ୍ରଛାତ୍ରୀ ପାଇନାହାନ୍ତି ।

ବିଜ୍ଞାନରେ 8 ହଜାର189 ପିଲା ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି 7 ହଜାର 532 ଏବଂ ପ୍ରତିଶତ ରହିଛି 92 ପ୍ରତିଶତ । O ଗ୍ରେଡ଼ 2 ଜଣ ପିଲା ପାଇଛନ୍ତି । ପ୍ରକାଶିତ ଫଳ ମଧ୍ୟରୁ କଳାରେ ସୋନାଲି ବେଗୁନିଆ କଲେଜର ସର୍ବାଧିକ 9 ସିଜିପିଏ ରଖିଛନ୍ତି ।

ବିଜ୍ଞାନ ରେ ସ୍ଟୁୱାର୍ଟ ସାଇନ୍ସର ବିଦିଶା ସାହୁ 9.86 ସିଜିପିଏ ରଖିଛନ୍ତି । ବାଣିଜ୍ୟରେ ଡିଏଭି ମ୍ୟାନେଜମେଣ୍ଟ କଲେଜର ଶୁଭଶ୍ରୀ ମହାରଣା 8.96 ସିଜିପିଏ ରଖିଛନ୍ତି । 400 ପିଲାଙ୍କ ରେଜଲ୍ଟ ପ୍ରକାଶ ହୋଇ ନାହିଁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.