ETV Bharat / city

ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ - କିଶୋର ରଥ

ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ୫୮ ବର୍ଷ ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ...

ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ
ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ
author img

By

Published : Nov 8, 2021, 8:31 AM IST

Updated : Nov 8, 2021, 10:50 AM IST

ଭୁବନେଶ୍ବର: ଆରପାରିରେ ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥ । ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତି ହୋଇଥିବା ନେଇ ତାଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି ।

ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ । ସୂଚନା ଅନୁଯାୟୀ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ରାତିରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନିଆଯାଇଥିଲା । ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଢୁମ୍ପୀ ସଙ୍ଗୀତର ପ୍ରଚାର ପ୍ରସାରରେ ମଧ୍ୟ ତାଙ୍କର ଭୂମିକା ରହିଛି ।

ଦୀର୍ଘଦିନ ଧରି ସେ ପ୍ରିଣ୍ଟ ମିଡ଼ିଆରେ କାମ କରୁଥିଲେ । ସମାଜର ବିଭିନ୍ନ ଘଟଣାବଳୀ ତାଙ୍କ କଟାକ୍ଷରେ ସ୍ଥାନ ପାଉଥିଲା । ସମାଲୋଚନା ଧର୍ମୀ କାର୍ଟୁନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । କାର୍ଟନ ଛଡା ଢୁମ୍ପା ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଓ ଅଭିଜ୍ଞତା ଥିଲା। ଢୁମ୍ପା ହେଉଛନ୍ତି ଏକ ପାରମ୍ପାରିକ ସଙ୍ଗୀତ, ଯାହା ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲାରେ ବେଶ୍ ପରିଚିତ ।

  • ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) November 8, 2021 " class="align-text-top noRightClick twitterSection" data=" ">

ବିଶିଷ୍ଟ ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସମ୍ବାଦରେ ‘କଟାକ୍ଷ କିଶୋର’ ନାମରେ ପରିଚିତ କିଶୋର ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ସେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥଲେ ।

    — Dharmendra Pradhan (@dpradhanbjp) November 8, 2021 " class="align-text-top noRightClick twitterSection" data=" ">

କିଶୋରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସମ୍ବାଦରେ ‘କଟାକ୍ଷ କିଶୋର’ ନାମରେ ପରିଚିତ କିଶୋର ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ସେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 8, 2021, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.