ETV Bharat / city

କୋରୋନା ମୁକାବିଲା; କାର୍ଗୋ ବିମାନରେ ଆସିଲା ବିପୁଳ ପରିମାଣର ଇକ୍ୟୁପମେଣ୍ଟ - medicine and equipment

କୋରୋନା ମୁକାବିଲା ଲାଗି କାର୍ଗୋ ବିମାନରେ ଆସିଛି ବିପୁଳ ପରିମାଣର ମେଡିସିନ ସହ ଇକ୍ୟୁପମେଣ୍ଟ । ବୁଧବାର ଏହି ବିମାନଟି ଭୁବନେଶ୍ବରରେ ପହଞ୍ଚିଛି । ଅଧିକ ପଢନ୍ତୁ...

cargo plane arrived
କୋରୋନା ମୁକାବିଲା; କାର୍ଗୋ ବିମାନରେ ଆସିଲା ବିପୁଳ ପରିମାଣର ମେଡିସିନ ସହ ଇକ୍ୟୁପମେଣ୍ଟ
author img

By

Published : Apr 2, 2020, 10:12 AM IST

ଭୁବନେଶ୍ବର : ରାଜଧାନୀରେ ପହଞ୍ଚିଛି ଫାର୍ମା କାର୍ଗୋ ବିମାନ । ଏୟାର ଇଣ୍ଡିଆର 9I-918ବିମାନ ଯୋଗେ ପହଞ୍ଚିଛି ବିପୁଳ ପରିମାଣର ମେଡିସିନ ଓ ମେଡିକାଲ ଇକ୍ୟୁପମେଣ୍ଟ । ବୁଧବାର ସନ୍ଧ୍ୟା 7ଟା 29ରେ ରାଞ୍ଚିରୁ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି ।

ଯେଉଁଥିରେ କୋରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପାଇଁ ମଗାଯାଇଥିବା ମେଡିକାଲ ସର୍ପୋଟ ସମ୍ବନ୍ଧୀୟ ସମସ୍ତ ଜିନିଷ ପହଞ୍ଚିଛି । ଯାହାକି କୋରୋନା ମୁକାବିଲା ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପରେ ସହଯୋଗ କରିବ ।

2ଜଣ ପାଇଲଟ ଓ ଜଣେ ଇଂଞ୍ଜିନିୟର ସହ ଜଣେ କ୍ରିଉ ମେମ୍ବରଙ୍କ ଜରିଆରେ କାର୍ଗୋ ବିମାନ ଭୁବନେଶ୍ବରରେ ପହଞ୍ଚିବା ପରେ ସମସ୍ତ ସାମଗ୍ରୀ ଖାଲି କରାଯାଇଛି । ପରେ 8ଟାରେ ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.