ETV Bharat / city

ବନ୍ଧୁକ ମୁନରେ ଜମି ଜବରଦଖଲ ଉଦ୍ୟମ, 3 ଗିରଫ - LAND MAFIA

ରାଜଧାନୀରେ ବନ୍ଧୁକ ଦେଖାଇ ଜମି ଜବରଦଖଲ କରାଯାଉଛି । ଏଭଳି ଉଦ୍ୟମ କରୁଥିବା ତିନିଜଣଙ୍କୁ କୁଇକ ଆକ୍ସନ ଟିମ ଓ କ୍ୟାପିଟାଲ ଥାନା ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ସହ ୩ ରାଉଣ୍ଡ ଗୁଳି ଓ ଦୁଇଟି ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 8, 2019, 5:11 PM IST

ଭୁବନେଶ୍ବର: ବନ୍ଧୁକ ମୁନରେ ଜମି ଜବରଦଖଲ । ଜାଗା ନ ଦେଲେ ମିଳୁଛି ବନ୍ଧୁକର ଭୟ । ଏମିତି ଢଙ୍ଗରେ ରାଜଧାନୀରେ ଚାଲିଛି ଜମି ଦଖଲ କାରବାର । ଏହି ଅଭିଯୋଗର ସୁରାକ ପାଇଁ କମିଶନରେଟ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତମାନେ ହେଲେ ସରୋଜ ବେହେରା ଓରଫ ହାପି, ରୋମନ ମାଲିଆ, ଓ ବବୁଲ ବେହେରା ଓରଫ ରାଜା । ସେମାନଙ୍କ ଠାରୁ ୨ଟି ବନ୍ଧୁକ ସହ ୩ ରାଉଣ୍ଡ ଗୁଳି ଓ ଦୁଇଟି ବାଇକ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳେ ଧଉଳି ଥାନା ଅଞ୍ଚଳରେ ଜଣେ ଲୋକଙ୍କ ଜମି ଜବରଦଖଲ କରିବାକୁ ଅଭିଯୁକ୍ତମାନେ ଧମକାଉଥିଲେ । ସେହି ସମୟରେ କୁଇକ ଆକ୍ସନ ଟିମ ଓ କ୍ୟାପିଟାଲ ଥାନା ପୋଲିସର ମିଳିତ ଉଦ୍ୟମରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଆର୍ମସ ଆକ୍ଟରେ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ନାମରେ ଧଉଳି ଥାନାରେ ମାମଲା ମଧ୍ୟ ରହିଛି ।

ଅନେକ ସମୟରେ ଜମି ଜବରଦଖଲ ପାଇଁ ଅନେକ ବିଲଡର ଏଭଳି ଅସାମାଜିକ ବ୍ୟକ୍ତିମାନଙ୍କ ଜରିଆରେ ବନ୍ଧୁକ ମୁନରେ ଭୟ ଦେଖାଇ ଜମି ଜବରଦଖଲ କରିଥାନ୍ତି । ଏହି ମାମଲାରେ ବିଲଡରଙ୍କ ନାମ ଆଗକୁ ଆସେ ନାହିଁ । ଏପରିକି ଭୟରେ ଲୋକେ ପୋଲିସ ନିକଟରେ ଅଭିଯୋଗ କରନ୍ତି ନାହିଁ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ବନ୍ଧୁକ ମୁନରେ ଜମି ଜବରଦଖଲ,ଧରାପଡିଲେ ଅଭିଯୁକ୍ତBody:

ବନ୍ଧୁକ ମୁନରେ ଜମି ଜବରଦଖଲ।ଜାଗା ନଦେଲେ ମିଳୁଛି ବନ୍ଧୁକର ଭୟ।ଏମିତି ଢଙ୍ଗରେ ରାଜଧାନୀରେ ଚାଲିଛି ଜମିଜଦଖଲ କାରବାର।ଯାହାକୁ ନେଇ ଅନେକ ସୁରାକ ପାଇଁ କମିସନରେଟ ପୋଲିସ ହାତରେ ଧରାପଡିଛନ୍ତି ତିନି ଅଭିଯୁକ୍ତ। ସେମାନଙ୍କ ଠାରୁ ୨ଟି ବନ୍ଧୁକ ସହ ୩ରାଉଣ୍ଡ ଗୁଳି ସହ ଦୁଇଟି ବାଇକ ଜବତ ହୋଇଛି। ତିନି ଅଭିଯୁକ୍ତ ହେଲେ ସରୋଜ ବେହେରା ଓରଫ ହାପି ,ରୋମନ ମାଲିଆ ବବୁଲ ବେହେରା ଓରଫ ରାଜା, । ଆଜି ସକାଳେ ଧଉଳି ଥାନା ଅଂଚଳର ଜଣେ ଲୋକଠୁ ଜମି ଜବର ଦଖଲ ପାଇଁ ଧମକାଉଥିବା ବେଳେ ତିନି ଜଣଂକୁ ଗିରଫ କରିଛି କ୍ଯୁଏଟି ଓ କ୍ଯାପିଟାଲ ଥାନା ପୋଲିସ।ତେବେ ଗିରଫ ପରେ ଆର୍ମସ ଆକ୍ଟ ରେ କୋର୍ଟ ଚାଲାଣ କରିଛି। ତେବେ ଏମାନଙ୍କ ନାରେ ମଧ୍ଯ ଧଉଳି ଥାନାରେ ମଧ୍ଯ ମାମଲା ରହିଛି।
ଅନେକ ସମୟରେ ଜମି ଜବର ଦଖଲ ପାଇଁ ଅନେକ ବିଲଡର ଏଭଳି ଅସାମାଜିକ ଅପରାଧିଙ୍କ ଜରିଆରେ ବନ୍ଧୁକ ମୁନରେ ଭୟ ଦେଖାଇ ଜମି ଜବରଦଖଲ କରିଥାନ୍ତି। ଫଳରେ କେବଳ ଏମାନଙ୍କ ନା ସମ୍ନାକୁ ଆସେ। ଧରାପଡନ୍ତି ନାହିଁ ବିଲଡର। କି ଭୟରେ ଲକେ ପୋଲିସ ନିକଟରେ ଅଭିଯୋଗ କରନ୍ତି ନାହିଁ। ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Conclusion:ବାଇଟ-ସତ୍ଯଜିତ ମହାନ୍ତି ,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.