ETV Bharat / city

ପୁଣି ବାୟା କଲା ଟିକ୍‌ଟକ୍‌: ବ୍ୟସ୍ତ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ, ହତାଶ ଏଚଆଇଭି ରୋଗୀ - Capital hospital workers tiktok videos goes viral

କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ଟିକ୍‌ଟକ୍‌ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ଆସିଛି । ଫଳରେ ଏଚଆଇଭି ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ କରାଯାଉଛି  ଅଣଦେଖା ଓ ଦୁର୍ବ୍ୟବହାର। ଏନେଇ ଲିଖିତ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

#Capital hospital news
ଟିକଟକ୍ ବ୍ୟସ୍ତ କର୍ମଚାରୀ, ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
author img

By

Published : Jan 3, 2020, 11:55 AM IST

ଭୁବନେଶ୍ବର: ପୂର୍ବରୁ ମାଲକାନଗିରି ଡାକ୍ତରଖାନାରେ ନର୍ସଙ୍କ ଟିକଟିକ ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ସେମିତି ଏକ ଘଟଣା ସାମନାକୁ ଆସିଛି । ଏବେ କ୍ୟାପିଟାଲ ହସପିଟାଲର କର୍ମଚାରୀ ଟିକ୍‌ଟକ୍‌ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ଆସିଛି । ଫଳରେ ଏଚଆଇଭି ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ କରାଯାଉଛି ଅଣଦେଖା ଓ ଦୁର୍ବ୍ୟବହାର। ଏନେଇ ଲିଖିତ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଟିକଟକ୍ ବ୍ୟସ୍ତ କର୍ମଚାରୀ, ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଅଭିଯୋଗ ମୁତାବକ, ଡିସେମ୍ବର 17 ତାରିଖରେ ଆଇସିୟୁରେ ରତ୍ନାକର ରାଉତଙ୍କର ଜଣେ ସମ୍ପର୍କୀୟଙ୍କ ଏଚଆଇଭି ପରୀକ୍ଷା ହେବାର ଥିଲା । ତେବେ ଏହି ରୋଗର ପଞ୍ଜିକରଣ ବାବଦରେ ବୁଝିବା ପାଇଁ ଡାକ୍ତର ରତ୍ନାକରଙ୍କୁ ଏଆରଟି ସେଣ୍ଟରକୁ ପଠାଇଥିଲେ । ହେଲେ ଏହି ସେଣ୍ଟରରେ ନିୟମକୁ ବୁଝିପାରିନଥିଲେ ରତ୍ନାକର । ଦୀର୍ଘ ସମୟ ପରେ ବି କୌଣସି ପ୍ରକାରର ପଞ୍ଜିକରଣ ବାବଦରେ ତାଙ୍କୁ ସହଯୋଗ କରିନଥିଲେ ହସପିଟାଲ କର୍ମଚାରୀ । ବରଂ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ତାଙ୍କ ସହ ଏଭଳି କାହିଁକି ବ୍ୟବହାର କରାଯାଉଛି ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ ରତ୍ନାକର।

ପରେ ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲରେ ଟିକ୍‌ଟକ୍‌ କରିବାରେ ବ୍ୟସ୍ତ ଥିଲେ ଦୁଇ କର୍ମଚାରୀ । ଏମିତିକି ହସ୍ପିଟାଲର ଏକ ଚାମ୍ବରରେ ଭିଡିଓ କରୁଥିଲେ । ବେକରେ ଆଇକାର୍ଡ ପିନ୍ଧିଥିବାବେଳେ ହସ୍ପିଟାଲର ଅନେକ ଗୁଡ଼ିଏ କାଗଜପତ୍ର ଭିଡିଓରେ ଦୃଶ୍ୟମାନ ହେଉଛି। ଏହି ଭିଡିଓରେ ଅଶାଳୀନ ଭାଷା ବ୍ୟବହାର କରାଯାଉଛି । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ସେଣ୍ଟର କ୍ୟାପିଟାଲ ହସ୍ପିଟାଲର ଅଧୀନରେ ନାହିଁ । ସିଡିଏମଓ ଓ ଓସାକ୍ସ ଅଧୀନରେ ରହୁଛି । ତେବେ ଏଭଳି କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରତ୍ନାକର କହିଛନ୍ତି ।

ରାଜ୍ୟରେ ଏଚଆଇଭି ମୁକ୍ତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଓ ଓସାକ୍ସ ପକ୍ଷରୁ ଘୋଷଣା କରାଯାଇଛି । ଏଚଆଇଭି ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି। କ୍ୟାପିଟାଲ ହସ୍ପିଟାଲରେ ରହିଥିବା ଏଆରଟି ସେଣ୍ଟର ଓସାକ୍ସ ଅଧୀନରେ ରହିଛି । ଏହି ସେଣ୍ଟରକୁ ତଦାରଖ କରୁଛନ୍ତି ଖୋଦ ଖୋର୍ଦ୍ଧା ସିଡିଏମଓ । ଅସ୍ତ୍ରପୋଚାର ପୂର୍ବରୁ ଏଚଆଇଭି ପରୀକ୍ଷା କରାଯାଇଥାଏ । ହେଲେ ଏଚଆଇଭିରେ ସଂକ୍ରମଣ ହୋଇଥିବା ସମ୍ପର୍କୀୟ ରତ୍ନାକର ରାଉତ ଆଣିଛନ୍ତି ଦୁର୍ବ୍ୟବହାର ଅଭିଯୋଗ । ଏନେଇ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଖୋର୍ଦ୍ଧା ସିଡିଏମଓ, ଡିଏଚଏଚ, ଡିପିଏମ୍ ଓସାକ୍ସର ନିର୍ଦ୍ଦେଶକଙ୍କୁ ଅଭିଯୋଗର ନକଲ କପି ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଟିକ ଟକ ପ୍ରେମରେ କର୍ମଚାରି, ଏଚ଼ଅାଇଭି ରୋଗୀଙ୍କୁ ଦୃବ୍ୟବାହାର ଅଭିଯୋଗ।

ଟିକ ଟକ ପ୍ରେମରେ କର୍ମଚାରୀ। ସୂଚନା ଜାଣିବା ପାଇଁ ଆସୁଥିବା ରୋଗୀଙ୍କୁ କରାଯାଉଛି ଦୃବ୍ୟଵହର। ଏହି ଦ୍ରୁବ୍ୟବହାର୍ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଯାହା ଲିଖିତ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Body:

ରାଜ୍ୟରେ ଏଚ଼ଅାଇଭି ମୁକ୍ତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଓ ଓସାକ୍ସ ପକ୍ଷରୁ ଘୋଷଣା କରାଯାଇଛି। ଏଚ଼ଅାଇଭି ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । କ୍ୟାପିଟାଲ ହସ୍ପିଟାଲରେ ରହିଥିବା ଏଆରଟି ସେଣ୍ଟର ଓସାକ୍ସ ଅଧୀନରେ ରହିଛି। ଏହି ସେଣ୍ଟରକୁ ତଦାରଖ କରୁଛନ୍ତି ଖୋଦ ଖୋର୍ଦ୍ଧା ସିଡିଏମଓ। ଅସ୍ତ୍ରପ୍ରଚାର ପୂର୍ବରୁ ଏଚ଼ଅାଇଭି ପରୀକ୍ଷା କରାଯାଇଥାଏ। ସେହି ଭଳି ଏଚ଼ଅାଇଭି ରେ ସଂକ୍ରମଣ ହୋଇଥିବା ସମ୍ପର୍କିୟ ରତ୍ନାକର ରାଉତ ଆଣିଛନ୍ତି ଏକ ଦୃବ୍ୟବାହର ଅଭିଯୋଗ। ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଖୋର୍ଦ୍ଧା ସିଡିଏମଓ , ଡି ଏଚ୍ଚ ଏଚ଼, ଡିପିଏମ୍ ଓସାକ୍ ର ନିର୍ଦ୍ଦେଶକଙ୍କୁ ଅଭିଯୋଗର ନକଲ କପି ଦିଆଯାଉଛି।
ଅଭିଯୋଗ ମୁତାବକ, ଡିସେମ୍ବର 17 ତାରିଖରେ ଆୟୁସିୟୁ ରେ ରତ୍ନାକର ରାଉତ ଙ୍କ ର ଜଣେ ସମ୍ପର୍କୀୟ ଙ୍କ ଏଚ଼ଅାଇଭି ପରୀକ୍ଷା ହେବାର ଥିଲା। ତେବେ ଏହି ରୋଗର ପଞ୍ଜିକରଣ ବାବଦରେ ବୁଝିବା ପାଇଁ ଡାକ୍ତର ରତ୍ନାକର ଙ୍କୁ ଏହି ସେଣ୍ଟର କୁ ପଠାଇଥିଲେ।
ହେଲେ ଏହି ସେଣ୍ଟର ରେ ନିୟମକୁ ବୁଝିପାରିଲେ ନାହିଁ ରତ୍ନାକର। ଏହି କାମ ମୋର ନୁହେଁ ତାଙ୍କର, ସେମାନେ କହିଛନ୍ତି ମୋର ନୁହେଁ ତାଙ୍କର। ଏଭଳି ଦୀର୍ଘ ସମୟ ଘଟିଗଲା ହେଲେ କୌଣସି ପ୍ରକାରର ପଞ୍ଜିକରଣ ବାବଦରେ ବୁଝିପାରିଲେ ନାହିଁ। ଏଭଳି କରିବାର କାରଣ ଜାଣିବାକୁ ଚାହିଁଲେ ରତ୍ନାକର। ହେଲେ ତଦଳରେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି।
ହେଲେ ହସ୍ପିଟାଲରେ ଟିକ ଟକ କରିବାରେ ବ୍ୟସ୍ଥ ଦୁଇ କର୍ମଚାରୀ। ଏମିତି କି ହସ୍ପିଟାଲର ଏକ ଚାମ୍ବରରେ କରାଯାଇଛି। ବେକରରେ ଆଇକାର୍ଡ୍ ପଡ଼ିଥିବା ବେଳେ ହସ୍ପିଟାଲର ଅନେକ ଗୁଡ଼ିଏ କାଗଜପତ୍ର ଦୃଶ୍ୟମାନ ହେଉଛି। ଏହି ଭିଡିଓ ରେ ମଧ୍ୟ ଅଶାଳୀନ ଭାଷା ବ୍ୟବହାର କରାଯାଉଛି। ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର କତୃପକ୍ଷ କହିଛନ୍ତି ଯେ ଏହି ସେଣ୍ଟର୍ କ୍ୟାପିଟାଲ ହସ୍ପିଟାଲର ଅଧୀନରେ ନାହିଁ। ସିଡିଏମଓ ଓ ଓଷାକ୍ସ ଅଧୀନରେ ରହୁଛି। ଏଭଳି କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.