ETV Bharat / city

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ହସ୍ପିଟାଲର ବିପର୍ଯ୍ୟୟ ୱାର୍ଡ ଓ କାଜୁଆଲଟିରେ ୧୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିବା ସହ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଜରୁରୀକାଳୀନ ଚିକିତ୍ସା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

author img

By

Published : Mar 28, 2019, 7:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ବଢୁଛି ଖରା । ଆଉ ତାପମାତ୍ରା ବୃଦ୍ଧି ହେଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ । ଏହି ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଏନେଇ ହସ୍ପିଟାଲର ବିପର୍ଯ୍ୟୟ ୱାର୍ଡ ଓ କାଜୁଆଲଟିରେ ୧୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଛି । ଅଂଶୁଘାତର ଚିକିତ୍ସା ପାଇଁ କୌଣସି ବ୍ୟକ୍ତି ଆସିଲେ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି ଅଂଶୁଘାତର ଚିକିତ୍ସା ପାଇଁ ହସ୍ପିଟାଲର ଗୋଟିଏ କକ୍ଷକୁ ଜରୁରୀକାଳୀନ ଭାବରେ ରଖାଯାଇଛି । ଏହାସହ ପ୍ରତ୍ୟେକ କକ୍ଷରେ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ । ବିପର୍ଯ୍ୟୟ ୱାର୍ଡରେ ଏସି ସହିତ ଓଆରଏସ ଓ ସାଲାଇନ୍ ମଧ୍ୟ ପ୍ରଚୁର ପରିମାଣର ରହିବ । ତେବେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଜରୁରୀକାଳୀନ ଚିକିତ୍ସା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏତଦବ୍ୟତୀତ କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବରେ ଖୋଲାଯିବ ଫିଜିଓ ଥେରାପି ବିଭାଗ । ଏଥିପାଇଁ 2ଜଣ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଅଧିକାଂଶ ସମୟରେ ହସ୍ପିଟାଲରେ ଫିଜିଓ ଥେରାପିକୁ ନେଇ ଆବଶ୍ୟକତା ରହିଥିଲା । ମାତ୍ର ହସ୍ପିଟାଲରେ ଏହି ବିଭାଗ ନଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ନୂତନ ଭାବେ ଖୋଲାଯିବାକୁ ଥିବା ଏହି ବିଭାଗର ଲୋକଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ । ଏଥିସହ ଅଂଶୁଘାତ ନେଇ ହସ୍ପିଟାଲ ଅଧୀକ୍ଷକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ, ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.