ETV Bharat / city

ବଦଳୁଛି ସ୍ବାସ୍ଥ୍ୟସେବା ଚିତ୍ର: ସରକାରୀ ହସ୍ପିଟାଲରେ ମିଳୁଛି ଉତ୍ତମ ଚିକିତ୍ସା, ଜରୁରୀକାଳୀନ ପାଇଁ ସ୍ବତନ୍ତ୍ର ବେଡ୍‌

author img

By

Published : Dec 21, 2020, 4:40 PM IST

ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବାରେ ଆସୁଛି ସୁଧାର । ଜରୁରୀକାଳୀନ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରହିଛି ସ୍ବତନ୍ତ୍ର ବେଡ୍‌ । ତେବେ କ୍ୟାପିଟାଲ ହସ୍ପିଟାଲରେ 780ଟି ଶଯ୍ୟା ରହିଛି । ଆଉ ଏହା ବାଦ୍‌ ଅଧିକ 60ଟି ବେଡ୍‌ କେବଳ ଜରୁରୀକାଳିନ ସେବା ପାଇଁ ରହିଛି । ଅଧିକ ପଢନ୍ତୁ...

ସରକାରୀ ହସ୍ପିଟାଲ
ସରକାରୀ ହସ୍ପିଟାଲ

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲ । ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ଆଶାରେ ଦୈନିକ ଏଠାକୁ ଛୁଟି ଆସନ୍ତି ହଜାର ହଜାର ରୋଗୀ । କେହି ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରେ ତ ପୁଣି କିଏ ହସ୍ପିଟାଲ ନାଁରେ ଅନେକ ଅଭିଯୋଗ ଆଣେ । ହେଲେ ଏବେ ସବୁକିଛି ବଦଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଉଥିବା ଦେଖାଦେଇଛି ।

ସରକାରୀ ହସ୍ପିଟାଲରେ ଚିକିତ୍ସାରେ ଆସୁଛି ସୁଧାର, ଜରୁରୀକାଳୀନ ପାଇଁ ରହିଛି ସ୍ବତନ୍ତ୍ର ବେଡ୍

କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ପାଖାପାଖି ଅନେକ ଜିଲ୍ଲାରୁ କ୍ୟାପିଟାଲ ହସ୍ପିଟାଲରୁ ଆସିଥାନ୍ତି ଅନେକ ରୋଗୀ । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଏଠାକୁ ଆସିଥାନ୍ତି । ଆଉ ହସ୍ପିଟାଲରେ ଏମାନଙ୍କୁ ପ୍ରାଧାନ୍ୟ ମଧ୍ୟ ଦିଆଯାଏ । କ୍ୟାପିଟାଲ ହସ୍ପିଟାଲରେ 780ଟି ଶଯ୍ୟା ରହିଛି । ଆଉ ଏହା ବାଦ୍‌ ଅଧିକ 60ଟି ବେଡ୍‌ କେବଳ ଜରୁରୀକାଳିନ ସେବା ପାଇଁ ରହିଛି ।

ଯଦି ଅଧିକ ଗୁରୁତର ରୋଗୀ ଆସିଥାଏ ତେବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ଅନ୍ୟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ସହରରେ ଥିବା ବେସରକାରୀ ହସ୍ପିଟାଲରେ ଚିକିତ୍ସା ମହଙ୍ଗା ରହିଥିବାରୁ ଗରିବ ଶ୍ରେଣୀର ଲୋକମାନେ ସାଧାରଣ ଭାବରେ ସରକାରୀ ହସ୍ପିଟାଲକୁ ଆସିଥାନ୍ତି। ତେବେ ଅନେକ ସମୟରେ ରୋଗୀମାନଙ୍କୁ ଆଡମିଶନ ପାଇଁ ଟଙ୍କା ମଗାଯାଉଥିବାବେଳେ ଅନେକ ସମୟରେ ବି ରୋଗୀମାନେ ଆଡମିଶନ ନପାଇ ଜୀବନ ହରାନ୍ତି।

ହେଲେ ଏବେ ଏଭଳି ସ୍ଥିତି ନଉପୁଜିବା ପାଇଁ ଖୋଦ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନିଜେ ୱାର୍ଡରୁ ୱାର୍ଡ ବୁଲି ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝୁଛନ୍ତି। କେବଳ ସେତିକି ନୁହେଁ କାଜୁଆଲଟି ରେ ଦୈନିକ କେତେ ରୋଗୀ ଆସୁଛନ୍ତି। ରୋଗୀମାନଙ୍କୁ ଠିକ ସମୟରେ ଚିକିତ୍ସା କରାଯାଉଛି କି ନାହିଁ। ସେ ସମ୍ବନ୍ଧରେ ମଧ୍ୟ ସ୍ଥିତି ପରଖୁଛନ୍ତି। ତେବେ ହସ୍ପିଟାଲର ଜରୁରୀକାଳୀନ ପାଇଁ କାଜୁଆଲଟିରେ 24 ଘଣ୍ଟିଆ ଏକ ଡାକ୍ତରୀ ଟିମ ରହୁଛନ୍ତି।

ସମସ୍ତ ବିଭାଗରେ ଜରୁରୀକାଳୀନ ପାଇଁ ବେଡ ସଂଖ୍ୟା ବଢାଇବାକୁ ସରକାରଙ୍କୁ ଚିଠି ମଧ୍ୟ ଲେଖାଯାଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବିଳମ୍ବ ହେଲେ ମଧ୍ୟ ରୋଗୀଙ୍କୁ ଠିକ ଭାବରେ ଚିକିତ୍ସା କରାଯାଉଥିବା କୁହାଯାଉଛି।

ସେହିପରି କ୍ୟାପିଟାଲ ହସ୍ପିଟାଲର ହୃଦରୋଗ ବିଭାଗରେ ଡାକ୍ତର ମାନେ 24 ଘଣ୍ଟା ରହୁଛନ୍ତି। ଯାହା ଜରୁରୀକାଳୀନ ପରିସ୍ଥିତିରେ ସେମାନେ ଆଡମିଶନ ହୋଇପାରିବେ। ସେହିଭଳି ଅର୍ଥପେଡିକ, କ୍ୟାନ୍ସର ଭଳି ବିଭାଗରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବେଡ୍‌ ଉପଲବ୍ଧ ରହିଛି।

ଆଗାମୀ 4 ମାସ ମଧ୍ୟରେ ଅନେକ ବିଭାଗ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯାହା କ୍ୟାପିଟାଲ ଏକ ଉଚ୍ଚସ୍ତରୀୟ ହସ୍ପିଟାଲ ଭାବରେ ଗଣତି ହୋଇପାରିବ ବୋଲି ସୂଚନା ମିଳିଛି । ତେବେ କ୍ୟାପିଟାଲ ହସ୍ପିଟାଲରେ ଅନେକ ସମୟରେ ବେଡ ପାଇଁ ପଇସା ମଗାଯିବା, ଉତ୍ତମ ସ୍ବାସ୍ଥ୍ୟସେବା ନପାଇ ରୋଗୀର ମୃତ୍ୟୁ ଘଟିବା ଭଳି ଅଭିଯୋଗ ଆସିଥାଏ । ହେଲେ ଏବେ ସେପରି କିଛି ହେଉନଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ସେବା ହେଉ କି ସାଧାରଣ ଚିକିତ୍ସା ସବୁଥିରେ ରୋଗୀଙ୍କୁ ଉତ୍ତର ଚିକିତ୍ସା ଯୋଗାଇ ଦେଉଛନ୍ତି ଡାକ୍ତର । ଯାହାକୁ ନେଇ ଭଲ ଚିକିତ୍ସା ମିଳୁଥିବା ମେଡିକାଲକୁ ଆସୁଥିବା ରୋଗୀମାନେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.