ETV Bharat / city

ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନଡାକିବା ନେଇ କାହା ପାଖରେ ନାହିଁ ଉତ୍ତର

author img

By

Published : Apr 13, 2022, 6:59 PM IST

ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ନ କରିବା ପ୍ରସଙ୍ଗ ଧୀରେ ଧୀରେ ରାଜନୈତିକ ମୋଡ ନେବାରେ ଲାଗିଛି । କାର୍ଯ୍ୟକ୍ରମକୁ ସରକାରଙ୍କ ବିଭାଗ ସହ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଆୟୋଜନ କରିଥିଲେ ବି କାହା ପାଖରେ ନାହିଁ ଉତ୍ତର । ସରକାରଙ୍କ ପ୍ରତିନିଧି ଓ କମିଟ କିଛି ଜାଣିନଥିବା କଥା କହୁଛନ୍ତି । ଅଧିକ ପଢନ୍ତୁ

ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ନେଇ କାହା ପାଖରେ ନାହିଁ ଉତ୍ତର

ଭୁବନେଶ୍ବର: ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ନ କରିବା ପ୍ରସଙ୍ଗ ଧୀରେ ଧୀରେ ରାଜନୈତିକ ମୋଡ ନେବାରେ ଲାଗିଛି । କାର୍ଯ୍ୟକ୍ରମକୁ ସରକାରଙ୍କ ବିଭାଗ ସହ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଆୟୋଜନ କରିଥିଲେ ବି କାହା ପାଖରେ ନାହିଁ ଉତ୍ତର । ସରକାରଙ୍କ ପ୍ରତିନିଧି ଓ କମିଟ କିଛି ଜାଣିନଥିବା କଥା କହୁଛନ୍ତି ।

ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ବିନା ନିମନ୍ତ୍ରଣ ନେଇ କାହା ପାଖରେ ନାହିଁ ଉତ୍ତର

ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ନିମନ୍ତ୍ରଣ ଦିଆନଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଡାକିବା ଆବଶ୍ୟକତା ରହିଛି । ହେଲେ ଆସନ୍ତାବର୍ଷ ଅତିଥି ଭାବେ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ସେ କହିଛନ୍ତି । କିନ୍ତୁ ଅପରାଜିତାଙ୍କ କଥାକୁ ସେ ଏଡାଇ ଯାଇଛନ୍ତି ।

ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଏଠି ବିନାଶର ରାଜନୀତି ହେଉନାହିଁ । ବିକାଶ ରାଜନୀତି ଆରମ୍ଭ ହୋଇଛି । ଯାହା ନିୟମ ଅଛି ସେ ଅନୁସାରେ ଏ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଥିରେ କୌଣସି ପ୍ରକାର ରାଜନୀତି ହୋଇନାହିଁ । ମୁଁ ଯଦି କହିବି ଅନେକ ରାଜନୀତି ବାହାରିବ । ଯାହା ନୂଆ ମେୟର କରୁଛନ୍ତି ତାହା ସାଂସଦଙ୍କ ଆଖିରେ ଯାଉନାହିଁ।

ସେପଟେ ଆୟୋଜନ କମିଟି ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ, ସାଂସଦଙ୍କୁ ଡକା ନଯିବା ବିଷୟରେ ମୁଁ ଜାଣିନାହିଁ । ଯଦି ଏପରି ହୋଇଥାଏ ତେବେ ଦୁର୍ଭାଗ୍ୟଜନକ । ଯଦି ଡକା ଯାଇ ନଥିବ ଆମେ ଅନୁସନ୍ଧାନ କରିବୁ । କୋଉଠି ତ୍ରୁଟି ରହିଛି ଖୋଜିବୁ । କିନ୍ତୁ ଭୁବନେଶ୍ବର ବିକାଶରେ ସାଂସଦଙ୍କ ମୂଲ୍ୟବାନ ଅବଦାନ ରହିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.