ଭୁବନେଶ୍ବର: ପୁଲଓ୍ବାମା ଆକ୍ରମଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓୟୁଏଟି ଛାତ୍ର ସଙ୍ଗଠନ । ଏହି ପରିପ୍ରେକ୍ଷୀରେ ଛାତ୍ର ସଙ୍ଗଠନ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଶୋଭାଯାତ୍ରାଟି କ୍ୟାମ୍ପସ ସ୍ଥିତ ମା ଝାଡେଶ୍ବରୀ ମନ୍ଦିରଠାରୁ ବାହାରି ବିଶ୍ବ ବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ପହଞ୍ଚି ସେଠାରେ ସହିଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇ ସହିଦଙ୍କ ସ୍ମୃତିଚାରଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଛାତ୍ର ନେତା ମିକୁ ପ୍ରଧାନ, ଅନିଲ ମିଶ୍ର, ଆଦିତ୍ୟ ରାଉତ, ଆଶିଷ ସରକାର, ପ୍ରଭୁ ଶତପଥି, ମନୋରଞ୍ଜନ ସାହୁ, ଗଣେଶ, ବିଶ୍ବଜିତ ପାତ୍ର ପ୍ରମୁଖ ପରିଚାଳନା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ