ଭୁବନେଶ୍ବର: ରାଜଧାନୀସ୍ଥିତ NISER ପରିସରରେ ସ୍ଥାପନ ହେଉ କ୍ୟାନସର ଚିକିତ୍ସା ଏବଂ ଅନୁସନ୍ଧାନ ପାଇଁ ଏକ ଗବେଷଣା କେନ୍ଦ୍ର । ଏହାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସେ ପିଏମଓ ଦାୟୀତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ଏହି ପ୍ରସ୍ତାବ ପତ୍ର ଦେବା ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସକାରାତ୍ମକ ମନୋଭାବ ବ୍ୟକ୍ତ କରିଛନ୍ତି l ଏହାସହ ଟାଟା ମେମୋରିଆଲ ପକ୍ଷରୁ ବିଭିନ୍ନ ରାଜ୍ୟରେ ହବ ଖୋଲାଯାଉଥିବା ସେ ଦୃଷ୍ଟିକୁ ଆଣିଥିଲେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ