ETV Bharat / city

ବଢୁଛି ଜଙ୍ଗଲ ନିଆଁ, ରାଜ୍ୟରେ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ - ବନ କର୍ମଚାରୀଙ୍କ ଛୁଟି ବାତିଲ

ରାଜ୍ୟରେ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ
ରାଜ୍ୟରେ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ
author img

By

Published : Mar 10, 2021, 3:23 PM IST

Updated : Mar 10, 2021, 7:20 PM IST

15:19 March 10

ରାଜ୍ୟରେ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ରାଜ୍ୟରେ ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍ । ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖିଲେ ପିସିସିଏଫ୍ । ଦୀର୍ଘ ଦିନ ଧରି ଶୁଖିଲା ପାଗ ଏବଂ ଅଧିକ ବାୟୁମଣ୍ଡଳୀୟ ତାପମାତ୍ରା ପରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି ।  

ତେଣୁ ଏହାକୁ ଦୃଷ୍ଟିରେ ରଖି 24 x 7 ଆଧାରରେ ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ତଥା ମୁକାବିଲା କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟ ସ୍ତରରେ ପରିସ୍ଥିତି ଉପରେ ନଜର ରଖାଯାଉଛି ଏବଂ ସମୀକ୍ଷା କରାଯାଉଛି। ଏହାସହ କୌଣସି ଜଙ୍ଗଲ ଅଧିକାରୀଙ୍କୁ କୌଣସି ଛୁଟି ଦିଆଯିବ ନାହିଁ।  

ଅପ୍ରତ୍ୟାଶିତ ପରିସ୍ଥିତିରେ ଯଦି କୌଣସି ଅଧିକାରୀଙ୍କୁ କର୍ତ୍ତୃପକ୍ଷ ପୂର୍ବ ଅନୁମୋଦନ ଛୁଟିରେ ରହିବାକୁ ଅନୁମତି ଦେଇଥିବେ ତେବେ ଏ ପରିସ୍ଥିତିରେ ତାହାକୁ ଅସମ୍ଭବ ବୋଲି ବିବେଚନା କରାଯିବ ଏବଂ PCCF କୁ ଏନେଇ ଅବଗତ କରାଯିବା ଉଚିତ୍।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ 

Last Updated : Mar 10, 2021, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.