ETV Bharat / city

ମିଳିଲା ମେମୋରି ଚିପର ସୁରାକ୍, ମାନସ ପାଖରେ ଚିପ୍ ଥିବା କହିଲା କ୍ରାଇମବ୍ରାଞ୍ଚ

author img

By

Published : Apr 5, 2022, 9:55 AM IST

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ମିଳିଲା ମେମୋରି ଚିପର ସୁରାକ୍ । ଶର୍ମିଷ୍ଠା ନୁହେଁ ମାନସ ପାଖରେ ଚିପ୍ ଥିବା କହିଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ମିଳିଲା ମେମୋରି ଚିପର ସୁରାକ୍,  ଶର୍ମିଷ୍ଠା ନୁହେଁ ମାନସ ପାଖରେ ଚିପ୍ ଥିବା କ୍ରାଇମବ୍ରାଞ୍ଚର ସୂଚନା

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୂଳ କାରଣ ଥିଲା ମେମୋରି ଚିପ୍ । କ୍ରାଇମବ୍ରାଞ୍ଚ ମମୋରି ଚିପ୍ ପାଖରେ ପହଞ୍ଚିବାକୁ ନାକେଦମ ହୋଇଥିବା ବେଳେ ଶେଷରେ ଚିପ୍ ସମ୍ପର୍କରେ ସୁରାକ୍ ମିଳିଛି । ଶର୍ମିଷ୍ଠା ନୁହେଁ ବରଂ ମାନସଙ୍କ ପାଖରେ ଚିପ୍ ଥିଲା । ଯାହାକୁ ସେ ଶର୍ମିଷ୍ଠାଙ୍କ ଅଫିସରୁ ନେଇଯାଇଥିଲେ । ପରେ ସେଥିରୁ ସବୁ ଫାଇଲ ଡିଲିଟ କରିବା ପରେ ଏହାକୁ ନିଜ ପାଖରେ ରଖିଥିଲେ । ଏନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

ତେବେ ଶର୍ମିଷ୍ଠା ମାନସ ଠାରୁ ଉକ୍ତ ମେମୋରି ଚିପ୍‌ ପାଇନାହାନ୍ତି । ଏହି ଚିପ୍ ପାଇଁ କ୍ରାଇମବ୍ରାଞ୍ଚ ମଧ୍ୟ ମାନସର ଘରେ ଚଢାଉ କରିଥିଲା । ହେଲେ ଘରୁ ଚିପ୍ ପାଇନଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଅନ୍ୟପଟେ ମାନସର ଚପଲ ଓ ଇୟର ଫୋନକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ରଞ୍ଜନ ଲୁଚାଇଥିବା ଜବତ ଅଧାପୋଡା ଚପଲ ଓ ଇୟର ଫୋନକୁ ମାନସର ବୋଲି ଚିହ୍ନିଛନ୍ତି ତାଙ୍କ ପତ୍ନୀ ଓ ଭାଇ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.