ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା CAG ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ 2019-20 CAG ରିପୋର୍ଟ କଲେ ଉପସ୍ଥାପନ । ସାମାଜିକ, ଅର୍ଥନୈତିକ, ରାଜସ୍ବ କ୍ଷେତ୍ରର ରିପୋର୍ଟ ଉପସ୍ଥାପିତ ।
ସେପଟେ ବିଧାନସଭାରେ ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2021 । ପୂର୍ବରୁ ଓଡିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ଓ ସଦସ୍ୟ ମାନେ ରାଜ୍ୟ ସମେତ ସମଗ୍ର ଦେଶରେ ନିଯୁକ୍ତି ନପାଇବାର ବ୍ୟବସ୍ଥା ଥିଲା । ଏଣିକି ସଂଶୋଧନ ଅନୁସାରେ ରାଜ୍ୟରେ ପୁନଃ ନିଯୁକ୍ତି ମିଳିବ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତି ପାଇପାରିବେ ଅଧ୍ୟକ୍ଷ ଓ ସଦସ୍ୟ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ