ଭୁବନେଶ୍ବର: ସିଏଜି ରିପୋର୍ଟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରାଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ଓଡିଶାର ପ୍ରଧାନ ମହାଲେଖାକାର ବିଭୂଦତ୍ତ ବସନ୍ତିଆ ।
![ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ CAG ରିପୋର୍ଟ ପ୍ରଦାନ](https://etvbharatimages.akamaized.net/etvbharat/prod-images/od-bbsr-07-cag-report-7209787_11032022204943_1103f_1647011983_471.jpg)
ଚଳିତ ମାସ ବସିବାକୁ ଯାଉଛି ବିଧାନସଭାର ସ୍ବଳ୍ପକାଳୀନ ବଜେଟ ଅଧିବେଶନ । ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ ସିଏଜି ରିପୋର୍ଟ । ଏହି ସିଏଜି ରିପୋର୍ଟକୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ(ସିଏଜି)ଙ୍କ ଭୂପୃଷ୍ଠ ଜଳସେଚନର ସମ୍ପାଦନା ସମୀକ୍ଷା ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।
ଏହି ରିପୋର୍ଟକୁ ରାଜଭବନରେ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପ୍ରଦାନ କରିଛନ୍ତି ଓଡିଶାର ପ୍ରଧାନ ମହାଲେଖାକାର ବିଭୂଦତ୍ତ ବସନ୍ତିଆ ।
ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ