ଭୁବନେଶ୍ବର: ଆଜି(ଶନିବାର) ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବ । ଏଥିରେ ଆଜି 41 ଜଣଙ୍କୁ ପିଏଚଡି ଓ 90 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଏହାସହା ସମାଜ ଗଠନରେ ବିଶେଷ ଅବଦାନ ଦେଇଥିବା 5 ଜଣ ବିଶିଷ୍ଟ ଓଡିଆଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ରହି ସାରିଥିବା ତଥା ସିଏଜି ଗିରିଶ ମୁର୍ମୁଙ୍କୁ ଡକ୍ଟରେଟ ପ୍ରଦାନ କରିଛନ୍ତି ।
ତେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଠାରୁ ଡକ୍ଟରେଟ୍ ଗ୍ରହଣ କରି ନିଜକୁ ଗର୍ବିତ ମନେ କରିଛନ୍ତି ସିଏଜି । ଏହି ଅବସରରେ ସେ କହିଛନ୍ତି, ‘80 ଦଶକର କ୍ୟାମ୍ପସ ତୁଳନାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅନେକ ଉନ୍ନତି ହୋଇଛି । ପୁରୁଣା କ୍ୟାମ୍ପସ ଦେଖି ଖୁସି ଲାଗୁଛି’ । ପ୍ରକାଶଥାଉକି, ଗିରିଶ ମୁର୍ମୁ ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପାଠ ପଢୁଥିଲେ ।
ଅନ୍ୟପଟେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭୁବନେଶ୍ୱର ମୋର ହୋମ ଟାଉନ। ଉତ୍କଳ ବିଶ୍ବବିଦ୍ୟାଳୟକୁ ପିଲାଟି ବେଳୁ ଦେଖୁଛି । ଏହା ଭିତରେ ଅନେକ ପରିବର୍ତ୍ତନ ଓ ଉନ୍ନତି ହୋଇଛି । ଆଜି ଉପରାଷ୍ଟ୍ରପତିଙ୍କ ହାତରୁ ସମ୍ମାନ ପାଇ ଗର୍ବିତ । ଏପଟେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ସାରା ଦେଶରେ ଏହି ବର୍ଷ 100 ଟି ବିଶ୍ବବିଦ୍ୟାଳରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାନ ପାଇଛି, ଯାହା ଗୌରବର ବିଷୟ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ