ଭୁବନେଶ୍ବର: ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିସି ଜରିଆରେ ନବୀନ ନିବାସରୁ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ।
ସୋମବାର ଅପରାହ୍ନ 5.30ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଏବଂ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଉପସ୍ଥିତ ହେବେ । 5 ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିପାରେ ବୋଲି ସୂଚନା ମିଳିଛି । ତେବେ ବିଭିନ୍ନକୁ ପ୍ରସ୍ତାବ ମଗାଯାଇଛି । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ, ଶ୍ରମ, ପୂର୍ତ୍ତ, ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବ ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ