ଭୁବନେଶ୍ବର:ଆଜି (ବୁଧବାର) ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ ସାଢେ ୫ ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ । ପ୍ରସ୍ତାବିତ କ୍ୟାବିନେଟ ବୈଠକରେ ପ୍ରାୟ ୧୮ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଏହାସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିପାରନ୍ତି ସରକାର ।
ତେବେ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ସାମିଲ ହେବାକୁ ଥିବା ବେଳେ, ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ଓ ଭୁବନେଶ୍ବର ବାହାରେ ଥିବା ମନ୍ତ୍ରୀ ମାନେ ଭିସି ଯୋଗେ ସାମିଲ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ