ଭୁବନେଶ୍ବର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ରୂପରେଖ। ବଦଳିବ କାର୍ଯ୍ୟଧାରା । ବୃଦ୍ଧି ପାଇବ କ୍ଷମତା । ଏନେଇ ଆଜି(ଶୁକ୍ରବାର) ଅପରାହ୍ନ 5.45ରେ ବସିବ କ୍ୟାବିନେଟ ବୈଠକ । ନିଆଯିବ ନିଷ୍ପତ୍ତି ।
ରାଜ୍ୟରେ କାର୍ଯ୍ୟକରୁଥିବା ଯୋଜନା ବୋର୍ଡକୁ ଖୁବଶୀଘ୍ର ଟ୍ରାକକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଯୋଜନା ବୋର୍ଡକୁ ଭାରତ ସରକାରଙ୍କ ନୀତି ଆୟୋଗ ଢାଞ୍ଚାରେ ଗଠନ କରାଯିବ ବୋଲି ସୂଚନା ମିଳିଛି । ଆଜି ଅପରାହ୍ନ 5.45ରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ବାଜିପାରେ ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ