ETV Bharat / city

ଆଜି କ୍ୟାବିନେଟ ବୈଠକ, 10ଟି ପ୍ରସ୍ତାବରେ ବାଜିବ ମୋହର - cabinet meeting odisha

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ 10ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

cabinet meeting going to held Tomorrow maximum 10 proposals will approve in this meeting
ଆସନ୍ତାକାଲି କ୍ୟାବିନେଟ ବୈଠକ, 10ଟି ପ୍ରସ୍ତାବ ଉପରେ ବାଜିବ ମୋହର
author img

By

Published : Dec 8, 2020, 9:52 PM IST

Updated : Dec 9, 2020, 6:21 AM IST

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ 10ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ବୁଧବାର ସନ୍ଧ୍ୟା 6ଟା 45 ମିନିଟରେ ଏହି ବୈଠକ ଆରମ୍ଭ ହେବା ନେଇ ସୂଚନା ମିଳିଛି।

ଆୟୋଜିତ ହେବାକୁ ଥିବା ଏହି ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ ବୈଠକରେ ଫୁଲବାଣୀ ଓ କୋରାପୁଟରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାନେଇ ଆଲୋଚନା ହୋଇପାରେ । ଏହି ପ୍ରକଳ୍ପ ପାଇଁ 1000 କୋଟି ଟଙ୍କା ବ୍ୟୟ ଅଟକଳ ହୋଇପାରେ ବୋଲି ସୂଚନା ମିଳିଛି। ଏହାସହ ବରଗଡ଼ ଜିଲ୍ଲାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି । ଏହାଛଡ଼ା ବାକି ପ୍ରସ୍ତାବ ଗୃହ, ସାଧାରଣ ପ୍ରଶାସନ, ଜଳ ସମ୍ପଦ ବିଭାଗ ସହିତ ନିଯୁକ୍ତି ସର୍ଭିସ ସଂକ୍ରାନ୍ତିୟ ପ୍ରସ୍ତାବ ରହିଛି।

ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ କ୍ୟାବନେଟ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସମସ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 9, 2020, 6:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.