ETV Bharat / city

ଲକଡାଉନ ମାଡ: ଘାଇଲା କ୍ୟାବ ଡ୍ରାଇଭର, ଘାରିଛି ଗୁଜୁରାଣ ଚିନ୍ତା

author img

By

Published : Apr 10, 2020, 8:05 PM IST

ମହାମାରୀ ମାଡରେ ସମସ୍ତେ କଲବଲ । ଆକ୍ରାନ୍ତ ଡର ଯେତିକି ଡରଉନି, ବେଶୀ ବାଧୁଛି ଏହାର ପ୍ରଭାବ । ଅଧିକ ପଢନ୍ତୁ...

ଲକଡାଉନ ମାଡ: ଘାଇଲା କ୍ୟାବ ଡ୍ରାଇଭର, ଘାରିଛି ଗୁଜୁରାଣ ଚିନ୍ତା
ଲକଡାଉନ ମାଡ: ଘାଇଲା କ୍ୟାବ ଡ୍ରାଇଭର, ଘାରିଛି ଗୁଜୁରାଣ ଚିନ୍ତା

ଭୁବନେଶ୍ବର: କଲବଲ କରୁଛି କୋରୋନା । ଆକ୍ରାନ୍ତ ହେବାର ଡର ଅପେକ୍ଷା ବାଧୁଛି ପାରିପାର୍ଶିକ କଷ୍ଟ । ଯାହାର ପ୍ରଭାବ ପଡିଛି ସିଧାସଳଖ ଟ୍ୟାକ୍ସି ଓ କ୍ୟାବ ଉପରେ । ଗାଡିମୋଟର ଚଳାଚଳ ଠପ ପରେ ସତେ ଯେପରି ବେକାର ପାଲଟିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ୟାକ୍ସି ଚାଳକ । ନା ଗାଡି ଗଡୁଛି ନା ଘର ଚଳୁଛି ।

ଏୟାରପୋର୍ଟଠୁ ଆରମ୍ଭ କରି ଷ୍ଟେସନ, ବିଭିନ୍ନ ଛକ ଓ ଟ୍ରାଭେଲସରେ କାମ କରୁଥିବା ଟ୍ୟାକ୍ସି ଡ୍ରାଇଭର ଓ ଅନଲାଇନ କ୍ୟାବ ଚାଳକ ସଭିଙ୍କ ଅବସ୍ଥା ସଂଗୀନ । ଏପରି ସ୍ଥିତିରେ ଅନେକ କ୍ୟାବ ଓ ଟ୍ୟାକ୍ସି ଚାଳକ ଗାଁ ମୁହାଁ ହୋଇଥିବାବେଳେ ସହରରେ ମୁଣ୍ଡ ଗୁଞ୍ଜିଥିବା ଗାଡି ଚାଳକଙ୍କ ଅବସ୍ଥା ବେହାଲ । ଗଡୁନି ଗାଡି ପୁରୁନି ପେଟ । ନୟାଗଡ ଖଣ୍ଡପଡାର ପଦ୍ମାବତି ଗାଁର ରାଜୁ ନାୟକ । ଦୀର୍ଘ ୧୫ ବର୍ଷ ଧରି ରାଜଧାନୀରେ ଟ୍ୟାକ୍ସି ଚଳାଇ ଗୁଜୁରାଣ ମେଣ୍ଟାନ୍ତି । ଗାଡି ମାଲିକର ଗାଡିକୁ ଭଡାରେ ନେଇ ଗାଡି ଚଲାନ୍ତି । ଯାହା ଦିନକୁ ଦି ପଇସା ରୋଜଗାର କରନ୍ତି ଦୁଇ ପୁଅ ଓ ସ୍ତ୍ରୀ ପିଲାଙ୍କୁ ନେଇ ଶିଶୁ ଭବନରେ ଗୁଜୁରାଣ ମେଣ୍ଟାନ୍ତି ।

ହେଲେ ଦୀର୍ଘ ୧୪ ଦିନ ଧରି ଲକଡାଉନ ପରେ ସେତେ ଯେମିତି ସେ ନିଜ ଉପରେ ତାଲା ମାରିଦେଇଛନ୍ତି । ପାଖରେ ପଇସା ନାହିଁ । ଧାର ଦେବାକୁ ଗାଡି ମାଲିକ ବି ରାଜି ନାହାନ୍ତି । ଏପରି ପରିସ୍ଥିତିରେ କେମିତି ଚଳିବେ କଣ କରିବେ କିଛି ବୁଦ୍ଧିବାଟ ଦିଶୁନାହିଁ । ଯାହାକୁ ନେଇ ଏଭଳି ଅନେକ କ୍ୟାବ ଡ୍ରାଇଭର ଓ ଟ୍ୟାକ୍ସି ଚାଳକଙ୍କ ଅବସ୍ଥା ଶୋଚନୀୟ ବୋଲି ସେ କହିଛନ୍ତି । କୋରୋନା ମାଡ ସିଧା କ୍ୟାବ ଡ୍ରାଇଭରଙ୍କ ଉପରେ ପଡିଛି । ନା କୁଆଡେ ଯାଇପାରୁଛନ୍ତି ନ ଟ୍ୟାକ୍ସି ଓ ଗାଡି ଡ୍ରାଇଭର କିଛି କରିପାରୁଛନ୍ତି । କେବଳ ନିଜ ଲୁହକୁ ନିଜ ତୁଣ୍ଡରେ ମାରି ଦୁଃଖରେ କାଳତିପାତ କରୁଛନ୍ତି ।

ଭୁବନେଶ୍ବରରେ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ବ ଟ୍ୟାକ୍ସି ଓ କ୍ୟାବ ଡ୍ରାଇଭର ଏପରି କ୍ଷତି ସହିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ସମସ୍ତ ଆସୋସିଏସନ ସହ ଯୋଗାଯୋଗ କରି ଆବଶ୍ୟକ ଓ ନିହାତି ଜରୁରୀ ଥିବା କ୍ୟାବ ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ଏବଂ ତାଙ୍କ ପରିବାର ଭରଣପୋଷଣ ପାଇଁ ସରକାର ପଦକ୍ଷେପ ନେବାକୁ ଆସୋସିଏସନ ନିବେଦନ କରିଛନ୍ତି । ତେବେ ଅନେକ ରାଜ୍ୟରେ କ୍ୟାବ ଡ୍ରାଇଭର ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିବାବେଳେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.