ଭୁବନେଶ୍ବର: ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଯୁବ ବିଜେଡି ସଭାପତି ପଦରେ ବ୍ୟୋମକେଶଙ୍କୁ ନିଯୁକ୍ତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
![ବ୍ୟୋମକେଶ ରାୟ ହେଲେ ଯୁବ ବିଜେଡି ସଭାପତି](https://etvbharatimages.akamaized.net/etvbharat/prod-images/od-bbs-04-bjdyabapresideent-avo-7202263_27092020194448_2709f_1601216088_844.jpg)
ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଏନେଇ ମିଡ଼ିଆ ସେଲର ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ପୂର୍ବରୁ ଯୁବ ଓ ଛାତ୍ର ଅନେକ ସମ୍ପାଦକ ଓ ଉପସଭାପତି ନିଯୁକ୍ତ ହୋଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ