ETV Bharat / city

ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଏ.ଚେଲ୍ଲାକୁମାର - ଓଡିଶା ଉପନିର୍ବାଚନ

ଉପନିର୍ବାଚନ ସମୟରେ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର । ଏହି ସମୟରେ ସେ ଉପନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି ।

4 ଦିନିଆ ରାଜ୍ୟ ଗସ୍ତରେ ଚେଲ୍ଲାକୁମାର
4 ଦିନିଆ ରାଜ୍ୟ ଗସ୍ତରେ ଚେଲ୍ଲାକୁମାର
author img

By

Published : Oct 20, 2020, 11:13 AM IST

ଭୁବନେଶ୍ବର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି । ଆଉ ଏହାରି ଭିତରେ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଜି ରାତି 8ଟାରେ ସେ ଭୁବେନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ନବ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ସହିତ ମାରାଥନ ବୈଠକ କରିବା ସହ ନବନିଯୁକ୍ତ ସଭାପତିଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିବେ ।

ପରେ 22 ତାରିଖ ଦିନ ବାଲେଶ୍ବର ଗସ୍ତ କରିବେ। ନିର୍ବାଚନୀ ପ୍ରଚାରରେ ଯୋଗଦେବେ। 23 ତାରିଖ ଦିନ ତିର୍ତ୍ତୋଲରେ ପ୍ରଚାର କରିବେ ଚେଲ୍ଲାକୁମାର । ଏହାସହ ସେହିଦିନ ରାତିରେ ଚେଲ୍ଲାକୁମାର ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି ।

ଏପଟେ ଚେଲ୍ଲାକୁମାର ପ୍ରଚାର ମୈଦାନକୁ ଓହ୍ଲାଇବା ଖବର ମିଳିବା ପରେ କଂଗ୍ରେସ ନିଜର ଶକ୍ତି ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି । ଯେହେତୁ ଦୁଇଟି ଉପନିର୍ବାଚନ ନୂଆ ପ୍ରଭାରୀଙ୍କ ନେତୃତ୍ବରେ ଦଳ ଲଢ଼ୁଛି ତେଣୁ ଏହା ଚେଲ୍ଲାକୁମାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହେବ।

ଅତିକମରେ ଦଳ ବିଜୟ ହାସଲ ନକଲେ ମଧ୍ୟ ଦ୍ଵିତୀୟ ସ୍ଥାନକୁ ଆସି କଡା ପ୍ରତିଦ୍ବନ୍ଦ୍ବିତା କଲେ ବି ଦଳ ପାଇଁ ବେଶ ଉତ୍ସାହ ଆଣିବ। ତେବେ ଏଭଳି ସମୟରେ ଦଳର ରଣନୀତି ଉପରେ ସବୁକିଛି ନିର୍ଭର କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.