ETV Bharat / city

ଧାନକିଣା ନେଇ ତାତିଲେ ସୁର, ବକେୟା ପାଉଣା ଦେବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ - Poor sales of paddy

ରାଜ୍ୟରେ ଧାନକିଣା ପ୍ରସଙ୍ଗରେ ଓଡିଶାକୁ ସବସିଡି ପ୍ରଦାନ ଦାବିରେ ଭୁବନେଶ୍ୱର ଏଫସିଆଇ(FCI) ଅଫିସ ସମ୍ମୁଖରେ ବିଜେଡି ଧାରଣା ଦେବା ପରେ ଉଭୟ ବିଜେଡି ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବାନେଇ କହିଲେ ସୁର। ଅଧିକ ପଢନ୍ତୁ...

ଧାନକିଣା ନେଇ ତାତିଲେ ସୁର, ବକେୟା ପାଉଣା ଦେବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ

author img

By

Published : Jul 21, 2021, 8:43 AM IST

ଭୁବନେଶ୍ବର: ବିଜେଡି ବିଜେପି ଅଛି ଭିତିରି ସମ୍ପର୍କ ଥିବାନେଇ କହିଲେ ବିଧାୟକ ସୁର । ରାଜ୍ୟରେ ତେଜିଲା ଧାନ କିଣା ରାଜନୀତି । କେନ୍ଦ୍ର ଉପରେ ସବସିଡି ବକେୟା ପୈଠ ନେଇ ଦାବି ଜୋର୍ ଧରିଛି । ଏନେଇ ମଙ୍ଗଳବାର ଭୁବନେଶ୍ୱର ଏଫସିଆଇ(FCI) ଅଫିସ ଆଗରେ ବିଜେଡି ଧାରଣା ଦେବା ପରେ ଚୁପ ରହିନି କଂଗ୍ରେସ । ବିଜେପି ବିଜେଡି ଭାଇ ଭାଇ, ଉଭୟଙ୍କ ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଜାଣିଶୁଣି ଏମିତି ହେଉଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏବେ ୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ କେନ୍ଦ୍ର ଉପରେ ବାକି ପଡିଛି ।

ଧାନକିଣା ନେଇ ତାତିଲେ ସୁର, ବକେୟା ପାଉଣା ଦେବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ

୬୫୦୦ କୋଟି ସବସିଡ଼ି ବକେୟା ତୁରନ୍ତ ଦେବାକୁ ସୁର ଦାବି କରିଛନ୍ତି । ମଣ୍ଡି ଅବ୍ୟବସ୍ଥା, ଧାନର ଅଭାବୀ ବିକ୍ରି, ଟୋକନ ଅବ୍ୟବସ୍ଥା ନେଇ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଉଭୟ ବିଜେଡି, ବିଜେପି ଚୁପ ବସିଛନ୍ତି । ମଙ୍ଗଳବାର ଭୁବନେଶ୍ୱର ଏଫସିଆଇ ଆଗରେ ବିଜେଡି ପକ୍ଷରୁ ଧାରଣା ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ପାଲଟା ଆକ୍ରମଣ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.