ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଜାତୀୟ ୱେବିନାର ଉଦଘାଟିତ

author img

By

Published : May 17, 2021, 10:24 PM IST

ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଜାତୀୟ ୱେବିନାର ଉଦଘାଟିତ । ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ । ଅଧିକ ପଢନ୍ତୁ...

ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଜାତୀୟ ୱେବ୍‌ନେୟାର ଉଦଘାଟିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ବ୍ୟବସାୟ ପ୍ରଶାସନିକ ବିଭାଗର ଜାତୀୟ ୱେବିନାର ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ କିଭଳି ଗୁଣାତ୍ମକ ଗବେଷଣା କରାଯାଇପାରିବ, ସେଥିପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କହିଥିଲେ । ଏ ଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଗବେଷକ ଓ ଛାତ୍ରଛାତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଆହ୍ବାନ ଦେଇଥିଲେ।

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରଫେସର ଶିବ କୁମାର ଉଦ୍‌ଗାତା ଏବଂ ଗ୍ବାଲିୟର ଏବିଭି-ଆଇଆଇଟିଏମ୍‌ ପ୍ରଫେସର ମନୋଜ କୁମାର ଦାସ ରିସୋର୍ସ ପର୍ସନ୍‌ ଭାବେ ଯୋଗ ଦେଇ ୱେବିନାରର ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ବ୍ୟବସାୟ ପ୍ରଶାସନିକ ବିଭାଗୀୟ ମୁଖ୍ୟ ଡ.ଦାଶରଥୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ୱେବିନାରକୁ ଦେବାନନ୍ଦ ପାତ୍ର ଓ ଆଭାଶତରୂପା ପତି ସଂଯୋଜନା କରିଥିଲେ। ସହକାରୀ ପ୍ରଫେସର ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.