ETV Bharat / city

ସରିଲା ବସ ମାଲିକ ସଂଘ ସାଧାରଣ ବୈଠକ - ସାଧାରଣ ବୈଠକ

ଶେଷ ହୋଇଛି ରାଜ୍ୟ ବସ ମାଲିକ ସଂଘର ସାଧାରଣ ବୈଠକ। ବିଭିନ୍ନ ଦାବି ଉପରେ ହୋଇଛି ବିସ୍ତୃତ ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସାରା ରାଜ୍ୟର ବସ ସଂଘର ଜିଲ୍ଲା ପ୍ରତିନିଧି ଉପସ୍ଥିତ ରହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 10, 2019, 4:36 AM IST

ଭୁବନେଶ୍ବର: ଶେଷ ହୋଇଛି ରାଜ୍ୟ ବସ ମାଲିକ ସଂଘର ସାଧାରଣ ବୈଠକ। ବିଭିନ୍ନ ଦାବି ଉପରେ ହୋଇଛି ବିସ୍ତୃତ ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସାରା ରାଜ୍ୟର ବସ ସଂଘର ଜିଲ୍ଲା ପ୍ରତିନିଧି ଉପସ୍ଥିତ ରହିଥିଲେ । ଏଥିସହ ସଭିଏଁ ବିଭିନ୍ନ ଦାବି ମଡେଲ, ନୂଆ ନିୟମ, ଜିଏସଟି, ଇନ୍‌ସ୍ୟୁରାନ୍ସ ଉପରେ ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ ପୁରୀରେ ରଥଯାତ୍ରା ସମୟରେ ବସ ଭିତରେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ ହେଲପରଙ୍କୁ ପୋଲିସ ଗିରଫ କରିଛି। ଏଥିସହ ଗାଡି ମାଲିକଙ୍କର ଏ ଘଟଣାରେ କୌଣସି ସମ୍ପର୍କ ନଥାଇ ମଧ୍ୟ ତାଙ୍କ ବସ ପରମିଟକୁ ରବ୍ଦ ନେଇ କ୍ଷୋଭ ପ୍ରକାଶ କରିଛି ବସ ମାଲିକ ସଂଘ। ଘଟଣାର ପୁନର୍ବିଚାର କରିବା ପାଇଁ 29 ତାରିଖରେ ସରକାରଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେହେତୁ ଏସଟିଏ 15 ଦିନ ସମୟ ନେଇଛନ୍ତି ତେଣୁ ଅପେକ୍ଷା କରାଯାଇଛି। ଯଦି ସରକାର କିଛି ନକରିବେ ଆଗକୁ ପୁଣି ବସ ଧର୍ମଘଟ ଆରମ୍ଭ ହେବ ବୋଲି ଓଡିଶା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ତେବେ ବସ ଉପରେ ଜିଏସଟି ହ୍ରାସ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ରସରକାର କାଉନସିଲକୁ ବିଚାର କରିବା ନେଇ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାଜ୍ୟ ବସ ମାଲିକ ସଂଘର ସାଧାରଣ ବୈଠକ।ବିଭିନ୍ନ ଦାବି ଉପରେ ଆଲୋଚନା।

Body:ବସ ମାଲିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସାରା ଓଡ଼ିଶାର ବସ ସଂଘର ଜିଲ୍ଲା ପ୍ରତିନିଧି ଉପସ୍ଥିତ।ବିଭିନ୍ନ ଦାବି ମଡେଲ,ନୂଆ ନିୟମ,ଜିଏସଟି,ଇନ୍ସୁରାଂଶ ଉପରେ ଆଲୋଚନା ହୋଇଛି।

ପୁରୀରେ ରଥଯାତ୍ରା ସମୟରେ ବସ ଭିତରେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ ହେଲପରଙ୍କୁ ପୋଲିସ ଗିରଫ କରିଛି।ଗାଡି ମାଲିକଙ୍କର ଏ ଘଟଣାରେ କୌଣସି ସମ୍ପର୍କ ନଥାଇ ତାଙ୍କ ବସ ପରମିଟ କୁ ବରଖାସ୍ତ ନେଇ କ୍ଷୋଭ ପ୍ରକାଶ କରିଛି ବସ ମାଲିକ ସଂଘ।ଘଟଣାର ପୁନର୍ବିଚାର କରିବା ପାଇଁ ୨୯ ତାରିଖରେ ସରକାରଙ୍କୁ ଭେଟି ଏ ନେଇ ଏକ ସ୍ମାରକପତ୍ର ଦିଆଯାଇଛି।ଯେହେତୁ ଏସଟିଏ ୧୫ ଦିନ ସମୟ ନେଇଛନ୍ତି ତେଣୁ ଅପେକ୍ଷା କରାଯାଇଛି।ଯଦି ସରକାର କିଛି ନକରିବେ ଆଗକୁ ପୁଣି ବସ ଧର୍ମଘଟ ଆରମ୍ଭହେବ ବୋଲି ଓଡିଶା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।ବସ ଉପରେ ଜିଏସଟି ହ୍ରାସ ପାଇଁ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯିବ।କେନ୍ଦ୍ରସରକାର କାଉନସିଲକୁ ବିଚାର କରିବା ନେଇ ଅନୁରୋଧ କରାଯିବ ବୋଲି ସାହୁ କହିଛନ୍ତି

ବାଇଟ-- ଦେବେନ୍ଦ୍ର ସାହୁ ,ସାଧାରଣ ସମ୍ପାଦକ ରାଜ୍ୟ ବସ ମାଲିକ ସଂଘ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.