ETV Bharat / city

ପ୍ରବାସୀ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା, ଗାଁରେ ପହଞ୍ଚିଲା ମୃତଦେହ - ପରିବାର ନିକଟରେ ପହଞ୍ଚିଲା ମୃତଦେହ

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଛତିଶଗଡ ରାୟପୁରରେ ଶନିବାର ଦିନ ଦୁର୍ଘଟଣା ଗସ୍ତ ହୋଇଥିଲା । ଘଟଣାରେ ଗଞ୍ଜାମ ଜିଲ୍ଲାର ମୃତ ଶ୍ରମିକଙ୍କ ମୃତଦେହ ବିଭିନ୍ନ ଗ୍ରାମରେ ପହଞ୍ଚିଛି ।

ପ୍ରବାସୀ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା, ପରିବାର ନିକଟରେ ପହଞ୍ଚିଲା ମୃତଦେହ

author img

By

Published : Sep 6, 2020, 9:53 PM IST

ବ୍ରହ୍ମପୁର: ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଛତିଶଗଡ ରାୟପୁରରେ ଶନିବାର ଦିନ ଦୁର୍ଘଟଣା ଗସ୍ତ ହୋଇଥିଲା । ଘଟଣାରେ ଗଞ୍ଜାମ ଜିଲ୍ଲାର ମୃତ ଶ୍ରମିକଙ୍କ ମୃତଦେହ ବିଭିନ୍ନ ଗ୍ରାମରେ ପହଞ୍ଚିଛି । ଦୁର୍ଘଟଣାରେ 8 ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା, ସୋରଡା ଏବଂ ହିଞ୍ଜିଳି ବ୍ଲକ ଅଞ୍ଚଳ ସମେତ ଛତ୍ରପୁର ବ୍ଲକ ସୁନ୍ଦରପୁର ଗ୍ରାମର ଜଣେ ପ୍ରବାସୀ ଓଡିଆ ରହିଥିବା ବେଳେ ତିନୋଟି ଆମ୍ବୁଲାନ୍ସରେ ମୃତଦେହକୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବ୍ୟବଚ୍ଛେଦ ପରେ ସେମାନଙ୍କ ଭିଟା ମାଟିକୁ ପଠାଯାଇଛି ।

ପ୍ରବାସୀ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା, ପରିବାର ନିକଟରେ ପହଞ୍ଚିଲା ମୃତଦେହ

ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୧୭ ବର୍ଷୀୟ ଯୁବକ ସମୀର ମହାଙ୍କୁଡଙ୍କ ନିଜ ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସମେତ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତି ରହିଥିବା ବେଳେ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୨ ଲକ୍ଷ ଟଙ୍କାର ଅବଶିଷ୍ଟ ଅନୁକମ୍ପା ରାଶି ଖୁବଶୀଘ୍ର ମିଳିବ ବୋଲି କୁହାଯାଇଛି l ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏକ ଶୋକକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ବାଦିଆମ୍ୱ ଗ୍ରାମକୁ ମଧ୍ୟ ମୃତ କୈଳାସ ଜେନାଙ୍କ ମୃତଦେହ ଆସିବା ପରେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.