ଭୁବନେଶ୍ବର: କମ୍ପାନୀରେ ସେୟାର ଦେବା ବାହାନାରେ ଠକେଇ। କଳାରାହାଙ୍ଗରେ ବିଲଡିଂ ନିର୍ମାଣ ପରେ ଜମି ମାଲିକକୁ ଠକେଇ କରିଥିଲେ ବିଲଡର। ଡି ଆର ଇନଫ୍ରାଷ୍ଟ୍ରକଚର ମ୍ୟାନେଜିଂ ଡିରେକ୍ଟର ଧୃତି ରଂଜନ ମହାନ୍ତିକୁ ୨ କୋଟି ୪୦ ଲକ୍ଷ ଠକେଇ ଅଭିଯୋଗରେ କଲିକତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧା ଶାଖା । ପରେ ଟ୍ରାନଜିଟ ରିମାଣ୍ଡରେ ଆଣି କଟକ ଓପିଆଡି କୋର୍ଟରେ ହାଜର କରାଯିବ।
ସୁଚନାମୁତାବକ, ୨୦୦୯ ରୁ ୨୦୧୧ ମସିହାରେ କଳାରାହାଙ୍ଗରେ ମଲ୍ଟି ଷ୍ଟୋରେଜ ବିଲଡିଂ ନିର୍ମାଣ ନେଇ ଶୈଳଶ୍ରୀ ବିହାରର ବିଜୟ ମିଶ୍ରଙ୍କ ସହ ଚୁକ୍ତି କରିଥିଲେ ଡିଆରଏମ ଇନଫ୍ରାର ଏମଡି ଧୃତି ରଞ୍ଜନ ମହାନ୍ତି । ୩୫ ପ୍ରତିଶତ ଓ କମ୍ପାନୀର ୬୫ ପ୍ରତିଶତ ସେୟାରରେ ଚୁକ୍ତିରେ କାମ ହୋଇଥିଲା। ହେଲେ କାମ ଶେଷ ପରେ ୬ଟି ଫ୍ଲାଟକୁ ପାୱାର ଅଫ ଆଟର୍ଣି ଜରିଆରେ ଏମଡି ଧୃତି ରଞ୍ଜନ ମହାନ୍ତି ୨ କୋଟି ୪୦ ଲକ୍ଷରେ ବିକ୍ରି କରି ଟଙ୍କା ହେରଫେର କରିଥିଲେ।
ଏନେଇ ବିଜୟ ମିଶ୍ର କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ । ପରେ ଧୃତି ରଞ୍ଜନଙ୍କୁ ଟ୍ରାକ କରି କୋଲକାତାରୁ ଗିରଫ କରିଥିଲା ଟିମ। ଆଇପିସିର ଧାରା ୪୬୭, ୪୬୮, ୪୭୧, ୪୦୬, ୪୨୦ ଓ ଓଡିଶା ପ୍ରୋଟେକ୍ସନ ଅଫ ଡିପୋଜିଟର୍ସ ଆକ୍ଟରେ କୋର୍ଟ ଚାଲାଣ କରାଯିବ।
ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ