ETV Bharat / city

ବିମାନ ବନ୍ଦରରୁ ବିଲଡରଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ - airport

ଠକେଇ ଅଭିଯୋଗରେ ଏକ ବିଲଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗରିଫ । ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 2, 2019, 3:44 AM IST

Updated : Jul 2, 2019, 7:24 AM IST

ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ବିଲଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗରିଫ । ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ବିମାନ ବନ୍ଦରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବମ୍ବେରୁ ଭୁବନେଶ୍ୱର ଆସୁଥିବା ସମୟରେ ଲିଙ୍ଗରାଜ ଥାନା ଏଏସାଆଇଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ବିଲଡରଙ୍କୁ ଧରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡ୍ରିମ୍ ପାୱାର ଇନ ଫ୍ରା ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମହାନ୍ତି।

ଏଠାରେ ସୂଚନାଯୋଗ୍ୟ, ଅଭିଯୁକ୍ତ ଏକ ବିଲଡର ସଂସ୍ଥା କରି ଶହ ଶହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉକ୍ତ ବିଲଡର ଫେରାର ହୋଇଯାଇଥିଲା। ତାଙ୍କ ନାମରେ ଲକ୍ଷ୍ମୀ ସାଗର, ଲିଙ୍ଗରାଜ ଓ ଛତିଶଗଡର କେତେକ ଥାନାରେ ମାମଲା ରହିବା ସହ ଜାମିନ ବିହୀନ ଗିରଫ ପରୱାନା ( ଏନବିଡବ୍ଲୁ) ମଧ୍ୟ ରହିଛି।

ତେବେ ମୁମ୍ବାଇରୁ ଭୁବନେଶ୍ୱର ଆସିଥିବା ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଏକ ଟିମ୍ କରି ବିମାନ ବନ୍ଦରରେ ଜଗି ରହିଥିଲେ । ବିମାନ ବନ୍ଦରରୁ ବାହାରିବା କ୍ଷଣି ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ବିମାନ ବନ୍ଦରରୁ ବିଲଡରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍।

ଠକେଇ ଅଭିଯୋଗରେ ଏକ ବିଲ୍ଡର ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକଙ୍କୁ ବିମାନ ବନ୍ଦରରୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ବମ୍ବେ ରୁ ଭୁବନେଶ୍ୱର ଆସୁଥିବା ସମୟରେ ଲିଙ୍ଗରାଜ ଥାନା ଏଏସାଅାଇ ଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ବିଲଡର ଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡ୍ରିମ୍ ପାୱାର  ଇନ ଫ୍ରା ପ୍ରାଇଭେଟ୍ ଲିମିଟେଡ ର ପରିଚାଳନା ନିର୍ଦ୍ଦେଶକ ସ୍ମୃତିରଞ୍ଜନ୍ ମହାନ୍ତି। 

ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଶ୍ରୀ ମହାନ୍ତି ଏକ ବିଲଡର ସଂସ୍ଥା କରି ସହ ସହ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବା ପରେ ଉକ୍ତ ବିଲଡର ଫେରାର ହୋଇଯାଇଥିଲେ। ଟଙ୍କା ନାମରେ ଲକ୍ଷ୍ମୀ ସାଗର , ଲିଙ୍ଗରାଜ ଓ ଛତିଶଗଡ଼ ର କେତେକ ଥାନା ରେ ମାମଲା ରହିବା ସହ ଜାମିନ ବିହୀନ ଗିରଫ ପରୱାନା ( ଏନ୍ ବି ଡବ୍ଲୁ) ମଧ୍ୟ ରହିଛି। ଏହାକୁ ନେଇ ଅନେକ ଦିନ ରୁ କମିଶନରେଟ ହାତରୁ ଖସି ଫେରାର ହୋଇଯାଉଥିଲା। ମୁମ୍ବାଇ ରୁ ଭୁବନେଶ୍ୱର ଆସିଥିବା ଖବର ପାଇ। ଲିଙ୍ଗରାଜ ଥାନା ପୋଲିସ ଏକ ଟିମ୍ କରି ବିମାନ ବନ୍ଦରରେ ଜଗି ରହିଥିଲେ । ତେବେ ବିମାନ ବନ୍ଦରରୁ ବାହାରିବା କ୍ଷଣି ଶ୍ମୃତିରଞ୍ଜନ୍ ମହାନ୍ତି ଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

Photo send WhatsApp

Last Updated : Jul 2, 2019, 7:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.