ETV Bharat / city

Budget Session: ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେପିର ବିରୋଧ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ - ବିଧାନସଭା ବଜେଟ ଅଧିବେଶନ

ଗୃହରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କଲା ବିଜେପି । ମନ୍ତ୍ରୀଙ୍କ ଉତ୍ତର ପରେ ଗୃହକାର୍ଯ୍ୟ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି । ଅଧିକ ପଢନ୍ତୁ

Budget Session: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

author img

By

Published : Mar 30, 2022, 2:16 PM IST

ଭୁବନେଶ୍ବର: ଗୃହରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କଲା ମୁଖ୍ୟ ବିରୋଧୀ ବିଜେପି । ମନ୍ତ୍ରୀ ଉତ୍ତର ଦେବାକୁ ଉଠିବା ମାତ୍ରେ ବିଜେପି ସଦସ୍ୟମାନେ ନାରାବାଜି କରିବା ସହ କକ୍ଷ ତ୍ୟାଗ କରିଥିଲେ । ତେବେ ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ବିଭିନ୍ନ ଆଇନ ଶୃଙ୍ଖଳା ପ୍ରସଙ୍ଗ, ତଦନ୍ତ ଅଗ୍ରଗତି ଓ ପଦକ୍ଷେପ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଥିବା ସେ କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଓ ଶାସକ ଦଳ ସଦସ୍ୟଙ୍କ ବିବୃତ୍ତି ପରେ ବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଗୃହକାର୍ଯ୍ୟ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ବିଧାନସଭାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ତେବେ ବିଗତ ବର୍ଷ ମାନଙ୍କରେ ବଢୁଥିବା ହିଂସା ରାଜ୍ୟର ଛବି ଖରାପ କରିଛି । ଅପରାଧରେ ସଂପୃକ୍ତ ଥିବା ମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ସରକାର । ଏହାସହ ଗୃହରେ ପୁଣି ଉଠିଛି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ରାଜ୍ୟରେ ଅପରାଧ ବ୍ୟାପକ ଭାବେ ହେଉଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ ଚିଲିକା ବିଧାୟକଙ୍କ ଗାଡି ଚଢ଼େଇବା ପ୍ରସଙ୍ଗ ଉଠାଇ କହିଥିଲେ, କାହା ନିର୍ଦ୍ଦେଶରେ ଗାଡି ନମ୍ବର ପରିବର୍ତ୍ତନ କରାଗଲା, କିଏ ତାଙ୍କୁ ଘଣ୍ଟ ଘୋଡାଉଛି । ଯଦି ତାଙ୍କୁ ନିଲମ୍ବନ କରାଯାଇଛି ତେବେ ତାହାର ରିପୋର୍ଟ କ'ଣ ପାଇଁ ସାର୍ବଜନୀନ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ମୋହନ ମାଝୀ । ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ତଦନ୍ତରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ । ମାନସ ହତ୍ୟାକାଣ୍ଡ ଷଡଯନ୍ତ୍ର ଜନିତ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ଶର୍ମିଷ୍ଠାଙ୍କ ହାତ ଥିବାରୁ ଅନେକ ବଡ ବଡ଼ିଆ ଫସିବେ । ମାନସ ହତ୍ୟାକାଣ୍ଡରେ ପୋଲିସର ଅପାରଗତାକୁ ନେଇ ମୋହନ ପ୍ରଶ୍ନ ଉଠାଇବା ସହ ସୂଚନା ଏବଂ ପ୍ରସାରଣ ବିଭାଗର ବରିଷ୍ଠ ଅଧିକାରୀ ନିରଞ୍ଜନ ସେଠୀ ସମ୍ପୃକ୍ତି ଓ ଗିରଫ ହେବା ଏସବୁ ଘଟଣାରେ ବଡିବଡିଆଙ୍କ ସଂପୃକ୍ତି ନେଇ ବଡ ପ୍ରମାଣ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଚାରି ଚାରି ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାଚନୀ ହିଂସା, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନିର୍ବାଚନୀ ସଭାରେ ଭୋଟରଙ୍କୁ ଖୋଲା ଧମକ ଯେ 'ଭୋଟ ନ ଦେଲେ ସରକାରୀ ଯୋଜନାରୁ ବଞ୍ଚିତ ହେବା ' ପ୍ରସଙ୍ଗ ଉଠାଇଛନ୍ତି ମୋହନ ମାଝୀ । କିଭଳି ସରକାର ନିର୍ବାଚନୀ ହିଂସା ବଢାଇଛନ୍ତି ଓ ରାଜ୍ୟକୁ ପଶ୍ଚିମବଙ୍ଗ ମୁହାଁ କରିଛନ୍ତି ଏହାର ଅନେକ ଉଦାହରଣ ପଞ୍ଚାୟତ ଓ ପୌର ନିର୍ବାଚନରେ ଦେଖିବାକୁ ମିଳିଛି । ମହିଳାଙ୍କ ଉପରେ ବଢୁଥିବା ହିଂସା ଉଦବେଗଜନକ ରହିଛି ବୋଲି କହିଥିଲେ ମୋହନ । ମନ୍ତ୍ରୀଙ୍କ ନାଁ ମମିତା ଓ ମାନସ ହତ୍ୟାକାଣ୍ଡରେ ଉଠୁଥିବା ବେଳେ ସେ କିଭଳି ଉତ୍ତର ରଖିବେ ବୋଲି ମୋହନ ପ୍ରଶ୍ନ ଉଠାଇଥିଲେ। ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.