ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ସରକାର 4 ଟି ଗୁରୁତ୍ବପୂର୍ଣ୍ଣ ବିଲ ପାରିତ କରିନେଇଛନ୍ତି । ଆଜି ଥିଲା ଷୋଡଶ ବିଧାନସଭା ନବମ ଅଧିବେଶନ ବଜେଟ ଅଧିବେଶନର ଚତୁର୍ଥ ଦିବସ । ଆଜି ପ୍ରଶ୍ନକାଳରୁ ଗୃହରେ ହଟ୍ଟଗୋଳ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । ଏହାପରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସରକାର 4 ଟି ଗୁରୁତ୍ବପୂର୍ଣ୍ଣ ବିଲ ପାରିତ କରାଇ ନେଇଥିଲେ ।
ପାରିତ ହୋଇଥିବା ବିଲ ମଧ୍ୟରେ ରହିଛି ଓଡିଶା ପୌର ନିଗମ ସଂଶୋଧନ ବିଲ ୨୦୨୨, ଓଡିଶା ପୌର ବିଧି ସଂଶୋଧନ ବିଲ ୨୦୨୨, ଶ୍ରୀଜଗନ୍ନାଥ ସଂଶୋଧନ ବିଲ ୨୦୨୨ ଓ ଓଡିଶା ପଞ୍ଚାୟତ ବିଧି ସଂଶୋଧନ ବିଲ ୨୦୨୨ ପାରିତ ହୋଇଛି । ଏହି 4 ଟି ବିଲ ପାରିତ ହେବାପରେ ଆସନ୍ତାକାଲି ପୂର୍ବାହ୍ନ 10.30 ଯାଏଁ ବିଧାନସଭାକୁ ବାଚସ୍ପତି ବିଧାନସଭାକୁ ମୁଲତବୀ ରଖିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ