ETV Bharat / city

ଭୁବନେଶ୍ବରରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ମିଳିଲା ପତ୍ତା, ୩ ଜଣ ସାଇବର ଅପରାଧ ଲିଙ୍କରେ ଅଟକ

author img

By

Published : Feb 15, 2022, 5:02 PM IST

ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ନିଖୋଜ ଥିବା ୪ ଛାତ୍ରଙ୍କ ମିଳିଲା ପତ୍ତା । ୩ ଜଣ ସାଇବର ଅପରାଧ ଲିଙ୍କରେ ସମ୍ବଲପୁର ଅଇଁଠାପାଲି ଥାନାରେ ଅଟକ । ଅଧିକ ପଢନ୍ତୁ

ଭୁବନେଶ୍ବରରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ମିଳିଲା ପତ୍ତା, ୩ ଜଣ ସଇବର ଅପରାଧ ଲିଙ୍କରେ ଅଟକ

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ନିଖୋଜ ଥିବା ୪ ଛାତ୍ରଙ୍କ ମିଳିଲା ପତ୍ତା । ସାଇବର ଅପରାଧ ଲିଙ୍କ ସନ୍ଦେହରେ ୩ ଜଣ ଛାତ୍ରଙ୍କୁ ଅଟକ ରଖିଛି ସମ୍ବଲପୁର ଅଇଁଠାପାଲି ପୋଲିସ । ଏଥିସହ ଅନ୍ୟଜଣେ ଛାତ୍ର ମଧ୍ୟ ସେମାନଙ୍କ ସହ ଥିବା ସୂଚନା ।

ମାତ୍ର ତାଙ୍କର କୌଣସି ଅପରାଧିକ ମାମଲାରେ ଲିଙ୍କ ନଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ସୂଚନା ମିଳିବା ପରେ କମିଶନରେଟ ପୋଲିସ ପକ୍ଷରୁ ଅଇଁଠାପାଲି ଥାନା ପୋଲିସ ସହ ଯୋଗାଯୋଗ ଆମ୍ଭ ହୋଇଛି । ପ୍ରକୃତରେ କେଉଁ କାରଣରୁ ପୋଲିସ ସେମାନଙ୍କୁ ଅଟକ ରଖିଛି ସେନେଇ ଅଇଁଠାପାଲି ପୋଲିସ ସହ ଯୋଗାଯୋଗ ପରେ ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ରାଜଧାନୀରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ସୂଚନା ଅନୁଯାୟୀ, ଗତ ୨ ଦିନ ହେବ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୪ ଜାଣ ଛାତ୍ର ନିଖୋଜ ହୋଇଯାଇ ଥିଲେ । ଏନେଇ ପରିବାର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଖୋଳତାଡ ଜାରି ରଖି ଥିବାବେଳେ ସମସ୍ତ ଛାତ୍ର ସମ୍ବଲପୁରରେ ଥିବା ନେଇ ସ୍ପଷ୍ଟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.