ଭୁବନେଶ୍ବର: ବନ୍ଧୁକ ନୁହେଁ ହାତରେ ଧରିଲେ ଝାଡୁ । ପାହାଡ ଉପରେ ତୟାର ବିଏସଏଫ ଯବାନ । ଚାଲିଛି ଅପରେସନ ସ୍ବଚ୍ଛତା । ଦେଶର ସୁରକ୍ଷା କରୁଥିବା ଏହି ଯବାନମାନେ ଶନିବାର ସ୍ବଚ୍ଛତା ପାଇଁ ହାତରେ ଉଠାଇଛନ୍ତି ଝାଡୁ । ରାଜଧାନୀର ଖଣ୍ଡଗିରି ଓ ଉଦୟଗିରି ପାହାଡ ଉପରେ ଏଭଳି ଅପରେସନ କରିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ । ସ୍ବଚ୍ଛ ଭାରତ ଅଭିଯାନରେ ଦେଶର ବିଭିନ୍ନ ପର୍ଯ୍ୟଟନୀ ସ୍ଥଳରେ ସ୍ବଚ୍ଛତାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୀର ଯବାନ ।
ପାହାଡ ଉପରେ ଅଳିଆ, ଆବର୍ଜନା ଗୋଟାଇବା ସହ ଘାସ ଓ ଜଙ୍ଗଲ ସଫା କରିଛନ୍ତି ଯବାନ । ତେବେ ଦେଶର ନାଗରିକ ଭାବେ କେବଳ ଯବାନ ନୁହଁନ୍ତି ପ୍ରତ୍ୟେକ ଲୋକେ ସହଯୋଗ କରିବାକୁ ମଧ୍ୟ ଆହ୍ବାନ କରିଥିଲେ ବିଏସଏଫ । ଦେଶର ସୁରକ୍ଷା ସହ ସ୍ବଚ୍ଛତାକୁ ଗୁରୁତ୍ବ ଦେଇ ଜାତୀୟସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ