ETV Bharat / city

ବନ୍ଧା ହେବେ ନକଲି ଶିକ୍ଷକ, ଆରମ୍ଭ ହେଲା ଅଭିଯାନ - ଓଡିଶା ନକଲି ଶିକ୍ଷକ

ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ । ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢନ୍ତୁ...

ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ

author img

By

Published : Aug 31, 2021, 2:12 PM IST

ଭୁବନେଶ୍ବର: ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ । ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ କରି FIR ଦେବାକୁ ନିର୍ଦ୍ଦେଶ ଦେଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଶିକ୍ଷକ ନିଯୁକ୍ତି ସମୟରେ ଜାଲ ଦସ୍ତାବିଜ ଦେଇଥିବା ଅଭିଯୋଗ ପରେ ତଦନ୍ତ କରି ନକଲି ଶିକ୍ଷକଙ୍କୁ ବାହାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଏନେଇ ପୂର୍ବରୁ ଅନେକ ମାମଲା ରୁଜୁ ହୋଇ ଥିବାବେଳେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । କିଛି ନକଲି ଶିକ୍ଷକ ବହିଷ୍କୃତ ବି ହୋଇଛନ୍ତି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । FIR ଷ୍ଟାଟସ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାହାର ତଥ୍ୟ ମଗାଯାଇଛି । ଯେତେବେଳେ ଶିକ୍ଷକ ନିଯୁକ୍ତି ହୋଇଥିଲା, ସେମାନେ ଜାଲ ଦସ୍ତାବିଜ ଦେଇଥିବା ଅଭିଯୋଗ ଆସିଥିଲା । BEO ଓ DEO ଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.