ETV Bharat / city

STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ, ୧ କେଜିରୁ ଅଧିକା ବ୍ରାଉନସୁଗାର ଜବତ - ବାଲେଶ୍ବର ନ୍ୟୁଜ୍

ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଏସ କେ ରାଫିକ୍ୟୁ ଓରଫ ରୁଗା । ଅଧିକ ପଢନ୍ତୁ

STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ
STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ
author img

By

Published : Sep 8, 2022, 5:47 PM IST

ଭୁବନେଶ୍ବର: STF କବ୍ଜାରେ ବ୍ରାଉନ ସୁଗାର ବେପାରୀ । ଗିରଫ ବେପାରୀଙ୍କ ନାମ ଏସ କେ ରାଫିକ୍ୟୁ ଓରଫ ରୁଗା ହୋଇଥିବା ବେଳେ ଗୁରୁବାର ଜଣକୁ ଗିରଫ କରିଛି ଏସଟିଏଫ । ଏହାସହ 1 କେଜି 380 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 1 କୋଟିରୁ ଅଧକ ଟଙ୍କା ହେବା ନେଇ ସୂଚନା । ବାଲେଶ୍ଵର ପୋଲିସ ସହାୟତାରେ ବାଲେଶ୍ଵର ମସଜିଦ ଗଳିରୁ ରୁଗାକୁ ଗିରଫ କରାଯାଇଛି । ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିବା ନେଇ ସୂଚନା ରହିଛି।

STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ

ଏସଟିଏଫ ଏସ୍‌ପି କିଶୋର ପାଣିଗ୍ରାହି କହିଛନ୍ତି ଯେ, "ଅଧିକ ତଦନ୍ତ ପାଇଁ ଆବଶ୍ୟକ ହେଲେ ରିମାଣ୍ଡରେ ଅଣାଯାଇପାରେ । ଅଭିଯୁକ୍ତ ଜଣକ ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା । ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ପଞ୍ଚକୁଲରେ । ବାଲେଶ୍ୱର ଅରଡ଼ାବଜାର ଅଞ୍ଚଳରେ ରହି ଚଳାଇଥିଲା ନିଶାକାରବାର । ସେ ଆଗରୁ ମଧ୍ୟ ଏନଡିପିଏସ୍‌ ଆକ୍ଟରେ ଗିରଫ ହୋଇ ଜେଲ ଯାଇଥିଲା । ଜେଲରୁ ଜାମିନରେ ମୁକୁଳିବା ପରେ ପୁଣିଥରେ ଏହି କାମରେ ଧରାପଡ଼ିଥିଲା । ସହଦେବ ଖୁଣ୍ଟା ପୋଲିସ ସହାୟତାରେ ଧରିଛୁ । ଫାଇନାନସିଆଲ ଇନଭେଷ୍ଟିଗେସନ ପରେ ଜଣାପଡ଼ିବ ଅଭିଯୁକ୍ତର କେତେ ସମ୍ପତି ରହିଛି । ପୂର୍ବରୁ ୩ଟି ଯାକ କେଶରେ ଅଭିଯୁ୍କ୍ତ ଗରଫ ହୋଇଥିଲା । ଗୁଇନ୍ଦା ସୂଚନା ପାଇଥିଲା ଏସ୍‌ଟିଏଫ୍‌ । ଶେଷରେ ଏସ୍‌ଟିଏଫ ବାଲେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା । ଅର୍‌ଡିବଜାର ରେଲଓ୍ୱ ଲେବଲ କ୍ରସିଂ ନିକଟରୁ ସେଖ୍‌ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ଜଣେ ଗିରଫ

ଏହା ପୂର୍ବରୁ ମଧ୍ୟ ବାଲେଶ୍ବର ଅର୍‌ଡିବଜାର ରେଲୱେ ଓଭରବ୍ରିଜ ତଳୁ 1 କେଜି 50ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଶେଖ୍‌ ମେଜୁକୁ ପୋଲିସ ଗିରଫ କରିଥିଲା । ଗିରଫ ବେଳେ ଅଭିଯୁକ୍ତ ପାଖରୁ ନଗଦ 28 ହଜାର ଟଙ୍କା ଜବତ କରାଯାଇଥିଲା । ସୂଚନା ଥାଉକି, 2020ରୁ ଏଯାବତ STF ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରୁ 56 କେଜି ବ୍ରାଉନସୁଗାର ସହ 202 ଗ୍ରାମ୍‌ର ହେରୋଇନ ଜବତ କରିଛି । ସେହିପରି 111 କ୍ବିଣ୍ଟାଲ ଗଞ୍ଜେଇ ଓ 75 ଗ୍ରାମ୍‌ ଅଫିମ ଜବତ କରିଛି ।

STF ଏସ୍‌ପି କିଶୋର ପାଣିଗ୍ରାହୀ କହିଛନ୍ତି, "ସେହିପରି ଆମର ଆଉ ଗୋଟିଏ କେଶ ହୋଇଛି, ଯେଉଁଟା କି ଉମାକାନ୍ତ ସାହୁଙ୍କ ଦୋକାନ ସାମ୍ନାରେ ଥିବା ଅଗଣାରେ ଚୋରା କୋଇଲା ଗଚ୍ଛିତ ରଖିଛନ୍ତି ବୋଲି ସୂଚନା ମିଳିଛି । ଏହାର ତଦନ୍ତ କରିବା ପାଇଁ ଆମର ଏକ ସ୍ପେଷାଲ ଟିମ ଫତେଗଡ଼ ପୋଲିସ ସହାୟତାରେ । ବନମାଳିପୁର ଗାଁକୁ ଯାଇ ଉମାକାନ୍ତ ସାହୁଙ୍କ ଘର ଅଗଣା ସର୍ଚ୍ଚ କରାଯିବା ସମୟରେ ତାଙ୍କ ଠାରୁ ୭୨.୫ ମେଟ୍ରିକ ଟନ୍ ଚୋରା କୋଇଲା ଜବତ ହୋଇଛି । ୨ଟି ଗାଡ଼ି ଜବତ ହୋଇଛି । ଏବଂ ଉମାକାନ୍ତ ସାହୁ ଗିରଫ ହୋଇଛନ୍ତି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.