ETV Bharat / city

ରାଜଧାନୀରେ କମିଶନରେଟ୍ ପୋଲିସର ଚଢାଉ, 5 ଗିରଫ

author img

By

Published : Jul 18, 2019, 11:54 PM IST

5 ନିଶା ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସସ । ଗିରଫ ବେପାରୀଙ୍କ ନାଁରେ 30ଟି ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଥମିବାର ନାଁ ନେଉନାହିଁ ଚୋରା ବ୍ରାଉନସୁଗାର ବେପାର । ଯାହାକ କମିଶନରେଟ୍ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ନିଶା ବେପାରୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବରେ ଚଢାଉ କରାଯାଇଛି । ଚଢାଉ ବେଳେ 5 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ ନୟାପଲ୍ଲୀ ଅଞ୍ଚଳର ପ୍ରଶାନ୍ତ କୁମାର ନନ୍ଦ, ଚନ୍ଦ୍ରଶେଖରପୁରର ସମୀର ଦାସ, ସନ୍ତୋଷ ପାତ୍ର, ଚନ୍ଦ୍ରଭାନୁ ରାଉତ ଏବଂ ଏୟାରଫିଲ୍ଡ ଅଞ୍ଚଳ ସୂର୍ଯ୍ୟକାନ୍ତ ପରିଡା । ପ୍ରଶାନ୍ତ ନିକଟରୁ 11ଗ୍ରାମ ବ୍ରାଉନ ସୁଗାର, ଗୋଟେ ବାଇକ ଏବଂ ମୋବାଇଲ ଫୋନ ଜବତ କରିଥିବାବେଳେ ସମୀର, ସନ୍ତୋଷ ଓ ଭାନୁ ନିକଟରୁ 10 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏତତବ୍ୟତୀତ ସୂର୍ଯ୍ୟକାନ୍ତ ନିକଟରୁ ଦେଢ଼ କେଜି ଗଞ୍ଜେଇ ଓ ନଗଦ 8 ହଜାର ଟଙ୍କା ଜବତ କରିଛି କମିଶନରେଟ ପୋଲିସ । ଏହି ଚଢାଉ ପରେ ଆଗକୁ ଏଭଳି ସ୍ପେଶାଲ ଡ୍ରାଇଭ ଜାରି ରହିବା ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସ୍ୱତନ୍ତ୍ର ଚଢାଉରେ ନିଶା ବେପାରୀଙ୍କ ନାଁରେ 30ଟି ମାମଲା ରୁଜୁ କରାଯାଇଛି । ଏହାଛଡା ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି । ସମସ୍ତ ନିଶା ବେପାରୀଙ୍କୁ 110ରେ ଚାର୍ଜସିଟ କରାଯିବ । ଯେଉଁ ସ୍ଥାନରେ ନିଶା କାରବାର କରାଯାଉଛି ସେ ସମ୍ବନ୍ଧରେ ବିଡିଏକୁ ଚିଠି ଲେଖାଯାଇଛି । ଯେଉଁ ଘରେ ଏପରି ନିଶା କାରବାର କରାଯାଉଛି ସେମାନଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନିଶା କାରବାର ଦ୍ୱାରା ସମାଜରେ କୁପ୍ରଭାବ ପଡ଼ୁଛି, ଯୁବପୀଢ଼ି ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ସମାଜର ଯୁବପୀଢି ଯେଭଳି ଏସବୁରୁ ଦୂରେଇ ରୁହନ୍ତି ସେଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ନଜର ରଖିଛି ପୋଲିସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବେଆଇନ ବୁଲଡିଂ ରେ ନିଶା କାରବାର କୁ ନେଇ ବିଡିଏ କୁ ଅବଗତ କରାଇଲା କମିଶନରେଟ ପୋଲିସ।

କମିଶନରେଟ ପୋଲିସ ପକ୍ଷରୁ ଚାଲିଥୁବା ସ୍ୱତନ୍ତ୍ର ଅଭିଯାନରେ ଆଜି ନୟଅପଲ୍ଲୀ, ଚନ୍ଦ୍ରଶେଖରପୁର ଓ ଏୟାରଫିଲଡ଼ ଥାନା ଅଧୀନରେ 5 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ନିଶା ବେପାରୀ ମାନେ ବିଭିନ୍ନ ସ୍ଥାନରେ ନିଶା କାରବାର କରୁଠୁବା ନେଇ ବିଡିଏ କୁ ଚିଠି ଲେଖିଲା କମିଶନରେଟ ପୁଲିସ।ଯେଉଁ ଘରେ ଏପରି ନିଶା କାରବାର କରାଯାଉଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଶା ବେପାରୀ ମାନଙ୍କୁ ଧାରା 110 କରାଯିବ।

Body:
ରାଜଧାନୀର ରେ ନିଶା ବେପାରୀଙ୍କୁ ସାବାଡ଼ କରିବା କୁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଛଡାଉ କରାଯାଉଛି। ଏହି ସ୍ୱତନ୍ତ୍ର ଛଡାଉ ରେ ନିଶା ବେପାରିଙ୍କ ନାମ ରେ 30 ଟି ମାମଲା ରୁଜୁ କରାଯାଇଛି। ଏହା ଛଡା ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ସମସ୍ତ ନିଶା ବେଓଆରୀଙ୍କୁ 110 ରେ ଚାର୍ଜସିଟ କରାଯିବ। ଯେଉଁ ଯେଉଁ ସ୍ଥାନମାନଙ୍କ ରେ ନିଶା କାରବାର କରାଯାଉଛି ସେ ସବୁ ବିଡିଏ କୁ ଲିଖିତ ଆକାରରେ ଦିଆଯାଇଛି। ନିଶା କାରବାର ଦ୍ୱାରା ସମାଜ ରେ କୁପ୍ରଭାବ ପଡ଼ୁଛି, ଯୁବପୀଢ଼ିମାନେ ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ପୋଲିସ ନଜର ରଖୁଛି ବିଭିନ୍ନ ଶିକ୍ଷାଅନୁଷ୍ଠାହନ, ଯୁବପୀଢ଼ିମାନେ ଯେପରି ଏହାର କବଲରୁ କିଭଳି ମୁକ୍ତି ହୋଇପାରିବେ ସେନେଇ ପୋଲିସ ର ତତ୍ପରତା ଦେଖାଯାଇଛି। ରାଜଧାନିରୁ ବିଭିନ୍ନ ଅଞ୍ଚଳରୁ ନିଶା କାରବାର ବେଉଥିବା ବେଳେ 3ଟି ପ୍ରୋପଜାଲକୁ ଅପଣେଇଛି କମିଶନରେଟ ପୋଲିସ। ନିଶା ବେପାରୀଙ୍କୁ ତଡିପାର ପାଇଁ କମିଶନରେଟ ପୋଲିସ ପାଖରୁ ସ୍ୱତନ୍ତ୍ର ଭାବରେ ଛଡାଉ ଜାରି ରହିଛି ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି।

ଆଜି ରାଜଧାନୀ ନୟଅପଲ୍ଲୀ ଅଂଚଳର ପ୍ରଶାନ୍ତ କୁମାର ରାଉତ ଗିରଫ ହୋଇଛନ୍ତି, ତାଙ୍କ ପାଖରୁ 11ଗ୍ରାମ ବ୍ରାଉନ ସୁଗାର , ଗୋଟେ ବାଇକ ଓ ଏକ ମୋବାଇଲ ଫୋନ ଜବତ କରିଛି। ଚନ୍ଦ୍ରଶେଖରପୁର ଥାନା ଅଂଚଳରୁ ସମୀର ଦାସ ସନ୍ତାଶ ପାତ୍ର, ଚନ୍ଦ୍ରଭାନୁ ରାଉତ ଙ୍କୁ ଗିରଫ କରିଛି ପୁଲିସ। ଏମାନଙ୍କ ଠାରୁ 10ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହା ଛଡା ଏୟାରଫିଲଡ଼ ଥାନ ଅଂଚଳରୁ ସୂର୍ଯ୍ୟକାନ୍ତ ପରିଡା ଙ୍କୁ ଗିରଫ କରାଯାଇଛି। ତାଙ୍କ ତାହାରୁ ଦେଢ଼ କେଜି ଗଜେଇ ଓ ନଗଦ 8 ହଜାର ଟଙ୍କା ଜବତ କରିଛି କମିଶନରେଟ ପୋଲିସ। ଏହି ପରି ଭାବରେ ଆଗକୁ ସ୍ପେଶାଲ ଡ୍ରାଇଭି ଜାରି ରହିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.