ଭୁବନେଶ୍ବର: ଫ୍ଲାଇଂ ସ୍କ୍ୱାର୍ଡ ହାତରେ ନିଶା ବେପାରୀ । ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର l ନଗଦ ୫ହଜାର ଟଙ୍କା ସହ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ । ସାଲିଆ ସାହିର ଥିବା ଆଦିବାସୀ ଗାଁରେ ଚଢାଉ କରାଯାଇ ବ୍ରାଉନସୁଗାର ଜବତ ସହ ମୁଖ୍ୟ ଅଭିଯୁକ୍ତ ରାଜୀବ କୁମାର ପଣ୍ଡାକୁ ଗିରଫ କରିଛି ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ।
ରାଜୀବ କୁମାର ନିଶା ସେବନ କରିବା ସହ ରାଜଧାନୀରେ ଛୋଟ ଛୋଟ ପେଡଲରଙ୍କୁ ଧରି ନିଶା କାରବାର କରିଆସୁଥିଲା । ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ଆଣି ନିଶା ବେପାରରେ ତାର ସହଯୋଗୀ ଏବଂ କେଉଁ ମାନେ କେତେ ଦିନ ହେବ ଏ ବେପାରରେ ଲିପ୍ତ ଅଛନ୍ତି ସେ ନେଇ ଅଧିକ ତଥ୍ୟ ସଂଗ୍ରହ କରିବ ଫ୍ଲାଇଂ ସ୍କ୍ୱାର୍ଡ ।
ଗତକାଲି ରାଜୀବ ପାଖକୁ ଜଣେ ବ୍ରାଉନସୁଗାର ବେପାରୀ ଆସିଥିବା ବେଳେ ତାକୁ ଧରିବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ଅବକାରୀ ବିଭାଗ। କିନ୍ତୁ ଚଢାଉ ବେଳେ ସେ ଖସି ଯାଇଥିବା ବେଳେ ଧରାପଡିଥିଲା ରାଜୀବ । ତେବେ ୬ରୁ ୭ ବର୍ଷର ପିଲାମାନେ ଏହି ଧଳା ଜହର କିଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ତେବେ ସାଲିଆ ସାହିକୁ ଧଳାଜହର କେଉଁଠୁ ଆସୁଛି ଓ କିଏ ଆଣୁଛି ସେ ନେଇ ଛାନଭିନ କରୁଛି ପୋଲିସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ