ETV Bharat / city

ବଡଧରଣର ବ୍ରାଉନସୁଗାର ଡିଲର ପର୍ଦ୍ଦାଫାସ, ଡିଲ୍‌ ପଛରେ ଲେଡି ସ୍ମଗଲର - ବ୍ରାଉନସୁଗାର

Brown sugar and large amount of cash seized by commissionerate police
ବଡ ଧରଣର ବ୍ରାଉନସୁଗାର ଡିଲର ପର୍ଦ୍ଦାଫାସ
author img

By

Published : Jul 14, 2021, 11:52 AM IST

Updated : Jul 14, 2021, 2:46 PM IST

11:47 July 14

ବଡ ଧରଣର ବ୍ରାଉନସୁଗାର ଡିଲର ପର୍ଦ୍ଦାଫାସ

ବଡଧରଣର ବ୍ରାଉନସୁଗାର ଡିଲର ପର୍ଦ୍ଦାଫାସ, ଡିଲ୍‌ ପଛରେ ଲେଡି ସ୍ମଗଲର

ଭୁବନେଶ୍ବର : ସୁନ୍ଦରୀ ଚେହେରାରେ ବ୍ରାଉନସୁଗାର ବେପାର । ରାଜଧାନୀର କେଶୁରାରୁ ଧରାପଡିଲା ଲେଡି ସ୍ମଗଲର । ଘରେ ଲୁଚାଇଥିଲା ୫୫୦ ଗ୍ରାମ ବ୍ରାଉନସୁଗାର । ପ୍ରେସର କୁକର ଓ ବାଥରୁମରେ ରଖିଥିଲା ୩୪ଲକ୍ଷ । ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଡେଲିଭରିର ସୁରାକ ପାଇ ଧରିବାକୁ ଜାଲ ବିଛାଇଥିଲା ପୋଲିସ । କ୍ୟୁଏଟି ଓ ସହିଦନଗର ଥାନାର ମିଳିତ ଚଢ଼ାଉ କରି ଧରିବାକୁ ଚଳାଇଥିଲା ଅପରେସନ । କେଶୁରାରେ ରହୁଥିବା ଟୁ ବିଏଚକେ ଘରେ ରେଡ଼ ବେଳେ ଏମିତି ଢ଼ଙ୍ଗରେ ଜବତ କରିଥିଲା ବ୍ରାଉନସୁଗାର । ସୁନ୍ଦରି ତଥା ଲେଡି ସ୍ମଗଲର ପିଙ୍କ ଦାସ ସହ ସହଯୋଗୀ ବିଶ୍ବରଜନ ରାଉତକୁ ଗିରଫ କରିଥିଲା ପୋଲିସ । ତେବେ ପିଙ୍କର ଘର ନିରାକାରପୁର ଖୋର୍ଧାରେ ହୋଇଥିବା ବେଳେ ବିଶ୍ବରଜନ ରାଉତ ଘର ବାଲେଶ୍ବରର ଜଳେଶ୍ବର ବୋଲି ଜଣାପଡିଛି।

ଉଭୟଙ୍କଠୁ ଗୋଟିଏ କାର ସହ ଦୁଇଟି ବାଇକ ଜବତ କରିଛି ପୋଲିସ। ତେବେ ପୋଲିସ ଆଶ୍ଚର୍ଯ ହୋଇଛି ଯେତେବେଳେ ସେମାନଙ୍କ ଘରେ ରେଡ଼ କରିଥିଲା ସୁନ୍ଦରୀ ଜଣକ ବିଭିନ୍ନ ଢାଞ୍ଚାରେ ଟଙ୍କା ଲୁଚାଇ ରଖିଥିଲା । ବାଥରୁମର ଫ୍ଲସ ବକ୍ସ ଓ ପ୍ରେସର କୁକର ଓ ପାଣିଟାଙ୍କିରେ ସ୍ବତନ୍ତ୍ର ଜରି ପ୍ୟାକ କରି ଲୁଚାଇ ରଖିଥିଲା ପୁଳା ପୁଳା ଟଙ୍କା  । ଜବତ ଟଙ୍କା ହେଉଛି ୩୪ଲକ୍ଷ ୭ଶହ ୩୦ ଟଙ୍କା ବୋଲି ଜଣାପଡିଛି ।

ତେବେ ଧିରଜ ଧିରେ ଭୁବନେଶ୍ବର ସ୍ମଗଲର ଓ ପେଡଲରକୁ ପୋଲିସ ଗିରଫ କରୁଥିବା ବେଳେ ବ୍ରାଉନସୁଗାର ଡିମାଣ୍ଡ ଦେଖି  ଏମାନେ ଆରମ୍ଭ କରିଥିଲେ ନେଟଓ୍ବାର୍କ । ବାଲେଶ୍ଵର ବେପାରୀ ବିଛାଇଥିଲା ନେଟଓ୍ବାର୍କର ଚେର  । ଯାହାର ସୁରାକ ପାଇଥିଲା ପୋଲିସ । ଲେଡି ନିଜେ ଆସି ବଡବଡ ଡିଲ କରୁଥିବା ବେଳେ ପୋଲିସ ହାତରେ ଧରାନପଡିବା ବା ସନ୍ଦେହ ଜାତ ନହେବାର ଆଶଙ୍କାରେ ଲେଡି ସ୍ମଗଲର ଚଳାଇଥିଲା କାରବାର। । ଯାହାର ଆଧାରରେ ଏଭଳି ବଡ ନେଟଓ୍ବାର୍କର ଫର୍ଦ୍ଦାଫାସ କରିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ  

Last Updated : Jul 14, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.