ETV Bharat / city

ଆମ୍ବୁଲାନ୍ସରେ ନବବଧୂ ଦେହାନ୍ତ ଘଟଣା: କୋଭିଡ ପରିଚାଳନା ଉପରେ ବର୍ଷିଲେ ବିରୋଧୀ - ନବବଧୂ ଦେହାନ୍ତ ଘଟଣା

କୋଭିଡ ଆକ୍ରାନ୍ତ ନବବଧୂର ଦେହାନ୍ତ ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସରେ ନବବଧୂ ଦେହାନ୍ତ ଘଟଣା: କୋଭିଡ ପରିଚାଳନା ଉପରେ ବର୍ଷିଲେ ବିରୋଧୀ

author img

By

Published : May 16, 2021, 3:56 PM IST

ଭୁବନେଶ୍ବର: ଆମ୍ବୁଲାନ୍ସରେ କୋଭିଡ ଆକ୍ରାନ୍ତ ନବବଧୂର ଦେହାନ୍ତ ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ୧୪ ଦିନ ତଳେ ବାହାଘର ହୋଇଥିଲା । କୋରୋନାରେ ପିଡିତ ହୋଇଥିଲେ ମଧ୍ୟ ନବବଧୂ ବିଭିନ୍ନ ହସପିଟାଲ ବୁଲିବୁଲି ପ୍ରାଣ ହରାଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ସୁର ।

ଆମ୍ବୁଲାନ୍ସରେ ନବବଧୂ ଦେହାନ୍ତ ଘଟଣା: କୋଭିଡ ପରିଚାଳନା ଉପରେ ବର୍ଷିଲେ ବିରୋଧୀ
ସେପଟେ ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀ ମଧ୍ୟ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବାଲିଅନ୍ତାର ମହିଳାଙ୍କ ମୃତ୍ୟୁ ସରକାରଙ୍କ ପରିଚାଳନାର ନଗ୍ନ ଉଦାହରଣ । ଯଦି ଭୁବନେଶ୍ୱରରେ ଏଭଳି ଅବସ୍ଥା ଗାଁରେ କିଭଳି ସ୍ଥିତି ତାହା ଅନୁମାନ କରାଯାଇପାରିବ । ସରକାର ଏକ ଟାକ୍ସଫୋର୍ସ ଗଠନ କରି ମନଟରିଂ କରନ୍ତୁ ବୋଲି ବିଷ୍ଣୁ କହିଛନ୍ତି ।ବଡ ପାଳସାହି ଗ୍ରାମର ବେଣୁଧର ପାଳଙ୍କ ଝିଅ ସ୍ବର୍ଣ୍ଣଲତା(25) ଗତ ମାସ 28 ତାରିଖରେ ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକର କୁରୁଞ୍ଜିପୁର ପଞ୍ଚାୟତର ଇନ୍ଦୋଳ କୁସିଆରୀ ଗ୍ରାମର ବିଷ୍ଣୁଚରଣ ଭୋଳଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ତାଙ୍କୁ ଜ୍ବର ହୋଇଥିଲା । ବିଭିନ୍ନ ପ୍ରକାର ଔଷଧ ଖାଇଥିଲେ ମଧ୍ୟ ସ୍ବର୍ଣ୍ଣଲତାଙ୍କ ଜ୍ବର କମିନଥିଲା । ଗତକାଲି(ଶନିବାର) ସକାଳେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରିବାର ଲୋକେ କୋରୋନା ସନ୍ଦେହ କରି ଏକ ଅକ୍ସିଜେନ ଯୁକ୍ତ ଘରୋଇ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । କୋଭିଡ ରିପୋର୍ଟର ଆଳ ଦେଖାଇ କ୍ୟାପିଟାଲ ହସ୍ପିଟାଲ କଟକ ସ୍ଥାନାନ୍ତର କରିଥିବା ଚର୍ଚ୍ଚା ହେଉଛି ।ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.