ETV Bharat / city

Brajrajnagar By-Poll: ଆସନ୍ତା ୩୧ରେ ବ୍ରଜରାଜଗନର ଉପନିର୍ବାଚନ, ଜୁନ୍‌ ୩ରେ ଗଣତି

ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜଗନର ଉପନିର୍ବାଚନ ହେବ । ଘୋଷଣା କଲେ ଭାରତ ନିର୍ବାଚନ କମିଶନ । ଜୁନ ୩ ରେ ଗଣତି । ଅଧିକ ପଢନ୍ତୁ

author img

By

Published : May 2, 2022, 6:27 PM IST

Updated : May 2, 2022, 7:31 PM IST

By-Poll: ଆସନ୍ତା ମେ ୩୧ରେ ବ୍ରଜରାଜଗନର ଉପନିର୍ବାଚନ

ଭୁବନେଶ୍ବର: ବାଜିଛି ବ୍ରଜରାଜନଗର ନଗର ଉପ ନିର୍ବାଚନ ନେଇ ବିଗୁଲ । ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିଶନ । ମେ 31ରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଜୁନ 3 ରେ ପ୍ରକାଶ ପାଇବ ଫଳାଫଳ ।

ମେ ୩୧ରେ ବ୍ରଜରାଜଗନର ଉପନିର୍ବାଚନ, ଜୁନ୍‌ ୩ରେ ଗଣତି

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ମେ 31 ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଜୁନ 3 ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଉପ ନିର୍ବାଚନ ପାଇଁ ମେ 4 ତାରିଖରେ ଗଜେଟ ନୋଟିଫିକେସନ ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ 11 ତାରିଖରେ ରହିଛି । ମେ 12 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 17 ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।

ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଏହି ଆସନଟି ଖାଲି ପଡିଛି । ଡିସେମ୍ବର 30 ତାରିଖରେ କିଶୋରଙ୍କର ହୃଦଘାତରେ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା କିଶୋର ମହାନ୍ତି ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଝାରସୁଗୁଡାରୁ 3 ଥର ବିଧାୟକ ହୋଇଥିବା କିଶୋର 1990 ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଆସିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 2, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.