ETV Bharat / city

ବିଜେଡିରେ ସାମିଲ ହେଲେ କଂଗ୍ରେସ ନେତା - ବୌଦ୍ଧର କଂଗ୍ରେସ ନେତା

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧ ଜିଲ୍ଲାର କଂଗ୍ରେସ ନେତା ସୁଧୀର ମହାକୁଡ । ଅଧିକ ପଢନ୍ତୁ

ବିଜେଡିରେ ସାମିଲ ହେଲେ ବୌଦ୍ଧର କଂଗ୍ରେସ ନେତା
ବିଜେଡିରେ ସାମିଲ ହେଲେ ବୌଦ୍ଧର କଂଗ୍ରେସ ନେତା
author img

By

Published : Jan 16, 2022, 7:23 PM IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧ ଜିଲ୍ଲାର କଂଗ୍ରେସ ନେତା ସୁଧୀର ମହାକୁଡ। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେଲେ ବୌଦ୍ଧର କଂଗ୍ରେସ ନେତା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳବଦଳ କାର୍ଯ୍ୟକ୍ରମ ଜୋରଦାର ଚାଲିଛି । ଶାସକ ବିଜେଡି ଉପରେ ଭରସା ବୃଦ୍ଧି ପାଉଥିବା ଦେଖାଯାଉଛି । ରବିବାର ଭୁବନେଶରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସୁଧୀର ମହାକୁଡ ବିଜେଡିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ବିଧାୟକ ପ୍ରଦୀପ ଅମାତ, ବିଧାୟକ ମହିଧର ରଣା ଉପସ୍ଥିତ ଥିଲେ।

ତାଙ୍କ ସହିତ ଶତାଧିକ ସମର୍ଥକ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ କଂଗ୍ରେସ ନେତା ଭାବରେ ସେ ବେଶ ପରିଚିତ। ସେ ପୂର୍ବରୁ ବୌଦ୍ଧ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.