ETV Bharat / city

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ: କଂଗ୍ରେସ - ଓଡ଼ିଶା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଓଡ଼ିଶାର ଚାଷୀଙ୍କ ମାସିକ ଆୟ ସାରାଦେଶରେ ତଳଆଡ଼ୁ ଦ୍ବିତୀୟ । ଏହି ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି ପ୍ରଦେଶ କଂଗ୍ରେସ କମିଟି । ଅଧିକ ପଢ଼ନ୍ତୁ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ: କଂଗ୍ରେସ

author img

By

Published : Dec 1, 2021, 9:53 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନ୍‌ଡିଏ ସରକାର ଓ ଓଡ଼ିଶାର ନବୀନ ସରକାରଙ୍କ କୃଷକମାରଣ ନୀତି ଉପରେ ଘୋର ବର୍ଷିଛନ୍ତି । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ଲଗାତାର ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖାର ପର୍ଦାଫାସ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ: କଂଗ୍ରେସ

ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଓ କେନ୍ଦ୍ର ସରକାରଙ୍କ ‘ପିଏମ କିଷାନ’ ଯୋଜନା ଯେ, ଫେଲ୍‌ ମାରିଛି ଏହା ସ୍ପଷ୍ଟ ଅନୁମେୟ । କେନ୍ଦ୍ରର NDA ସରକାର ୨୦୧୬ ଏପ୍ରିଲରେ ଆନ୍ତଃମନ୍ତ୍ରାଳୟ କମିଟି ଗଠନ କଲେ । କମିଟି ୨୦୧୮ ସେପ୍ଟେମ୍ବର ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ କେନ୍ଦ୍ରସରକାରଙ୍କୁ ଦେଲା । ୨୦୨୨ ସୁଦ୍ଧା ସମଗ୍ର ଦେଶରେ ଋଷୀଙ୍କ ଆୟ ୨ ଗୁଣ ବୃଦ୍ଧି କରିବାକୁ ଯେଉଁ ରଣନୀତି କେନ୍ଦ୍ରସରକାର ନେଉଛନ୍ତି, ଏହା କେବଳ ମିଥ୍ୟା ପ୍ରଚାର ଓ ପ୍ରସାର ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଛନ୍ତି ପଦ୍ମାକର ଗୁରୁ ।

ଶତାଧିକ ଚାଷୀ ସଂଗଠନର ବର୍ଷାଧିକ ନିରନ୍ତର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳ ସମର୍ଥନ କରିଛି । ଶେଷରେ ମୋଦି ସରକାର ମୁଣ୍ଡ ନୂଆଁଇବା ସହ ୩ଟି କଳା କୃଷି ଆଇନକୁ ବାଧ୍ୟହୋଇ ବାତିଲ କରିଛନ୍ତି । ଏହାପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଲଖୀମପୁର ଖେରୀ ଘଟଣାରେ ଯେଉଁ ନାରକୀୟ କାଣ୍ଡ କଲେ ଏହା ସର୍ବାଦୌ ନିନ୍ଦନୀୟ ଓ ସରକାରଙ୍କ ଚାଷୀଙ୍କ ପ୍ରତି କେତେ ଭଲ ପାଇବା ଅଛି ତାହା ଅନୁମେୟ ବୋଲି କହିଛି କଂଗ୍ରେସ । ନବୀନବାବୁଙ୍କ ଅମଳରେ ବର୍ଷକୁ ବର୍ଷ ଚାଷୀମାନେ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଇବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାରେ ଅସମର୍ଥତା, କୃଷିଋଣ ଛାଡ଼ କରିବା, ଜମିକୁ ପାଣି ଓ ବିଜୁଳି ସଂଯୋଗରେ ମନ୍ଥରତା, ମଣ୍ଡିରେ ଖାଦ୍ୟଶସ୍ୟ ସଠିକ ସମୟରେ କ୍ରୟ ନକରିବା ଆଦି ଚରମସୀମା ଲଙ୍ଘନ କରିଛି ବୋଲି ସେ ନବୀନ ସରକାରଙ୍କ ଋଷୀକୂଳ ପ୍ରତି କେତେ ଦରଦ ବୋଲି ପ୍ରଶ୍ନ କରିଛନ୍ତି ପଦ୍ମକର ଗୁରୁ ?

ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟରେ କିଛି ଟଙ୍କା ପୈଠ କରି ଅନ୍ନଦାତାଙ୍କ ମୁହଁରେ ଯେଉଁ ମଲମ ମାରିବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଅନ୍ନଦାତାମାନେ କେବେବି ବରଦାସ୍ତ କରିବେ ନାହିଁ । ବିଜେପି-ବିଜେଡ଼ି ୨ ଦଳ ହେଲେବି ଉଭୟ ଦଳର ଆତ୍ମା ଏକ । କେବଳ ନିର୍ବାଚନ ସମୟରେ କଳିର ଅଭିନୟ କରୁଥିବା ୨ ଦଳ ନିର୍ବାଚନ ପରେ ଏକ ହୋଇ କାର୍ଯ୍ୟକରି ଚାଷୀମାନଙ୍କ ବୃହତର ସ୍ୱାର୍ଥଲାଗି ମୁହଁ ନଖୋଲିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବିଣ୍ଟାଲ ପ୍ରତି ବିଧାନସଭାରେ ୨୯୩୦ ଟଙ୍କାର ସଂକଳ୍ପ ପାରିତ ହେଲେବି ଏହାକୁ କାର୍ଯ୍ୟକାରୀ ନକରିବା, ଏଫସିଆଇ ଧାନକ୍ରୟ କରିବାରେ ପାତର ଅନ୍ତର କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଉଭୟ ସରକାର ଅନ୍ନଦାତାଙ୍କ ପେଟରେ ଲାତ ମାରିବା ବନ୍ଦ କରନ୍ତୁ ଓ ଋଷୀ ବିରୋଧ କାର୍ଯ୍ୟରୁ ନିବୃତ ରୁହନ୍ତୁ ନଚେତ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.